Breaking

ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା – ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ

ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ର ୪୫ ତମ ପ୍ରତିଷ୍ଠା ଦିବସ

0

ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ,ଭୂବନେଶ୍ବରର ୪୫ ତମ ପ୍ରତିଷ୍ଠା ଦିବସ, ଭି ଏସ ଏସ ନଗର ମା ଭୁବନେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବ ରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜ ଉଦଘାଟକ ଭାବରେ ଯୋଗଦେଇ କହିଥିଲେ ଯେ ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା l ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ନିମିତ୍ତ ପ୍ରତିଷ୍ଠାନ ଦ୍ୱାରା ନିଆଯାଇଥିବା ପଦକ୍ଷେପ କୁ ସେ ପ୍ରଶଂସା କରିଛନ୍ତି l ମୁଖ୍ୟ ଅତିଥି ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାପ୍ତନ କୁଳପତି ପ୍ର.ଗୋକୁଳାନନ୍ଦ ଦାସ ଯୋଗଦେଇ କହିଥଲେ ଯେ ଜଗନ୍ନାଥ ନିର୍ଗୁଣ ଓ ସଗୁଣ ବ୍ରହ୍ମ ଙ୍କ ସମନ୍ୱୟ l ତାଙ୍କୁ ବୁଝିବା ବହୁ କଷ୍ଟ l ଏହା ସହ ସେ ଜଗନ୍ନାଥ ଙ୍କୁ ନେଇ ନିଜ ର ସ୍ମୃତି ବାଣ୍ଟିଥିଲେ l ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଆଲୋଚକ ଡ଼ ଅସିତ ମହାନ୍ତି ଯୋଗଦେଇ କହିଥିଲେ ଯେ ଜଗନ୍ନାଥ ଙ୍କ ଆକାର ଅବର୍ଣ୍ଣନୀୟ l ସେ କାହା ପାଇଁ ସାକାର ତ କାହା ପାଇଁ ନିରାକାର l ଏହା ସହ ସେ ଜଗନ୍ନାଥ ଙ୍କ ମହିମା ସମ୍ପର୍କ ରେ ଆଲୋଚନା କରିଥିଲେ l ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର ନିମନ୍ତେ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟ କରି ଆସୁଛି ।ବହୁ ଛାତ୍ର ଛାତ୍ରୀ ଏହି ଅନୁଷ୍ଠାନ ସହାୟତା ରେ ଜଗନ୍ନାଥ ସଂସ୍କୃତି ର ଗବେଷଣା କ୍ଷେତ୍ରରେ ପି ଏଚ ଡି ପାଇଛନ୍ତି । ଏହି ଅବସରରେ ବିଭିନ୍ନ କ୍ଷେତ୍ର ରେ କୃତିତ୍ବ ଅର୍ଜନ କରି ଓଡିଶା ର ଗୌରବ ବର୍ଦ୍ଧନ କରିଥିବା ଡାକ୍ତର ମହେନ୍ଦ୍ର କୁମାର ତ୍ରିପାଠୀ, ଶ୍ରୀ ପ୍ରସାଦ ହରିଚନ୍ଦନ, ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଶ୍ରୀ ପ୍ରବୀର କୁମାର ପଟ୍ଟନାୟକ, ଶ୍ରୀ ବିଜୟ କୁମାର ମହାପାତ୍ର ଓ ପ୍ରତିଷ୍ଠାନ ର ମୁଖ୍ୟ ପୃଷ୍ଠ ପୋଷକ ଶ୍ରୀ ଅଲେଖ କୁମାର ଦାସ ଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପ୍ରତିଷ୍ଠାନ ତରଫରୁ ମଦଳାପାଞ୍ଜି, ଚଇନି ଚକଡା, ଉଦ୍ର ରାଜବଂଶାବଳୀ ଓ ଜୟ ବିଜୟ ଶିଳାଲେଖ କୁ ସଂକଳିତ କରି ମାଦଳା ପାଞ୍ଜି ଓ ପ୍ରାଚୀନ ଗଦ୍ୟସୌରଭ ନାମରେ ପ୍ରକାଶିତ କରାଗଲା l ପ୍ରଫେସର ସୁରେନ୍ଦ୍ର ନାଥ ଦଶ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଉତ୍ସବରେ ଅନେକ ଗବେଷକ, ସାହିତ୍ୟିକ ଓ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ l ଶେଷରେ ପ୍ରଫେସର ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

loading...

Leave A Reply

Your email address will not be published.