କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୯୯୧ ମସିହା ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ସଂଘ ରୁଦ୍ର-୯୧ (Ravenshawvian PG 91 Urge Driven Relationship Advancement- RUDRA 91) ଆନୁକୂଲ୍ୟରେ ରବିବାର ଦ୍ବିତୀୟ ବନ୍ଧୁ ମିଳନ ରେଭେନ୍ସ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୯୯୧ ବ୍ୟାଚ୍ ସ୍ନାତକୋତ୍ତର (ସମସ୍ତ ବିଭାଗ) ଛାତ୍ରଛାତ୍ରୀ ମାନେ ଏକ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଧର୍ମପଦ ମହାପାତ୍ରଙ୍କୁ ସମ୍ମାନିତ କରିବା ସହ ବିଶ୍ୱବିଦ୍ୟାଳୟ ପରିସର ପରିକ୍ରମା କରି ବୃକ୍ଷରୋପଣ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଦିବସଟିକୁ ପାଳନ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ବିଗତ ଦିନର ସ୍ମୃତିକୁ ସ୍ମରଣ କରିଥିଲେ ଯାହାକି ଅନେକ ସମୟରେ ହାସ୍ୟରୋଳ ସୃଷ୍ଟି କରିଥିଲା। ଆଗାମୀ ଦିନରେ ରୁଦ୍ର-୯୧ର ସଦସ୍ୟମାନେ ରେଭେନ୍ସା ପରିସରର ଉନ୍ନତି ସହ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା କରିବାକୁ ସଂକଳ୍ପ ନେଇଥିଲେ । ଆଜି ରୁଦ୍ର-୯୧ ପକ୍ଷରୁ କଲେଜ ସ୍କୋୟାରରେ ଉଠା ଫଳ ଓ ରାଗଚଣା ଦୋକାନୀଙ୍କୁ ଛତା ବଣ୍ଟନ କରାଯାଇଥିଲା। ଡ. ଦୁଖିଶ୍ୟାମ ମିଶ୍ର, ଅମୀୟବାଳା ପରିଡ଼ା, ଜ୍ୟୋତିରଞ୍ଜନ ରାୟ, ସୁଦୀପ ରାଉତ,ମନୋରଞ୍ଜନ ମହାନ୍ତି, ବିନୋଦିନୀ ଓ ଚକ୍ରଧର ରାଜଙ୍କ ନେତୃତ୍ବରେ ସମସ୍ତ ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ହୋଇଥିଲା ।
Breaking
This World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit OdishaCoca-Cola India Strengthens Odisha’s Retail Ecosystem Through Training and Infrastructure SupportBMPS TAKSHILA SCHOOL – AVISHKAAR