Breaking

ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ‘ଖୁସିୟୋଁ କା ତ୍ୟୋହାର ‘ପୁରସ୍କାର ବିତରଣ ଉତ୍ସବ

ହୀରା ହାର ଜିତିଲେ ଅନାମିକା

0

ଭୁବନେଶ୍ୱର : ପାର୍ବଣ ଅବସରରେ ଉତ୍କଳ କନିକା ଗ୍ୟାଲେରିଆ ମଲ୍, ଗୁପ୍ତା
ଡିଷ୍ଟ୍ରିବ୍ୟୁଟର୍ସ,ସଲଫେଜ୍, ଇଥସ୍ ଓ୍ବାଚେସ୍, ଓଣ୍ଡରେଲା ଓ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ମିଳିତ ସହଯୋଗରେ ମଲ୍ ପରିସରରେ ଆରମ୍ଭ ହୋଇଥିବା ‘ଖୁସିୟୋଁ କା ତ୍ୟୋହାର’ ଶେଷ ହୋଇଛି । ‘ଖୁସିୟୋଁ କା ତ୍ୟୋହାର’ରେ ଅଂଶ ଗ୍ରହଣ କରିଥିବା ଗ୍ରାହକମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଛି । ଅତିଥି ଭାବେ ଅଭିନେତ୍ରୀ ଦେବଜାନୀ ଦେଘୁରିଆ ଯୋଗଦେଇ ବିଜେତା ଗ୍ରାହକମାନଙ୍କୁ ପୁରସ୍କୃତ କରିଛନ୍ତି । ଏହି ଅବସରରେ ବିଜେତା ଗ୍ରାହକ ଅନାମିକା ହୀରା ହାର ଜିତିଛନ୍ତି। ସେହିପରି ଗ୍ରାହକ ଅସିତଙ୍କୁ ମାର୍ସାଲ ସ୍ପିକର, ପୁଷ୍ପଲତାଙ୍କୁ ସୁନା ମୁଦ୍ରା, ସ୍ବର୍ଣ୍ଣ ମିଶ୍ରଙ୍କୁ ଫ୍ରିଜ୍ , ସ୍ନିଗ୍ଧା ମିଶ୍ରଙ୍କୁ ଏଲଇଡି ଟିଭି, ପ୍ରଜ୍ଞା, ପ୍ରକାଶ ସାହୁ ଓ ସତ୍ୟଶ୍ରୀ ସାସମଲଙ୍କୁ ଦାମୀ ଘଣ୍ଟା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଲ୍ଡର ପ୍ରତିଷ୍ଠାତା ସୁବାସ ଭୁରା, ଉତ୍କଳ କନିକା ଗ୍ୟାଲେରିଆ ମଲର ଜେନେରାଲ ମ୍ୟାନେଜର ଦୁଲାଲ ଚନ୍ଦ୍ର ସାହୁ, ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ଓ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। ଏଥିରେ ଉତ୍କଳ କନିକା କ୍ୟାଲେରିଆ ମଲ୍ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଗତ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଖୁସିୟୋଁ କୋ ତ୍ୟୋହାର ନଭେମ୍ବର ୮ ପର୍ଯ୍ୟନ୍ତ ଚାଲିଥିଲା । ପ୍ରାୟ ୫୦ ହଜାର ଗ୍ରାହକ ଲକି ଡ଼୍ରରେ ଅଂଶଗ୍ରହଣ କରିଥିଲେ। ଏଥିରେ ପ୍ରତି ସପ୍ତାହରେ ଲକି ଡ୍ର କରାଯାଇଥିଲା। ଯେଉଁଥିରେ ଗ୍ରାହକମାନେ ସୁନା ମୁଦ୍ରା ଓ ସପିଂ ଭାଉଚର ଜିତିଥିଲେ।

loading...

Leave A Reply

Your email address will not be published.