Breaking

ଭୁବନେଶ୍ୱର ରନୱେ ୱିକ୍ – ସିଜନ୍‌-୧୧

ପ୍ରଦର୍ଶିତ ହେଲା ବଛାବଛା ଡ଼ିଜାଇନରଙ୍କର ଆକର୍ଷଣୀୟ ଡ଼ିଜାଇନ

0

ଭୁବନେଶ୍ୱର: ନିଜକୁ ସୁନ୍ଦର କରି ସଜାଇବା ନିମିତ୍ତ ଯେକୌଣସି ବ୍ୟକ୍ତିର ମନରେ ଥାଏ ଅସୁମାରି ଉତ୍ସାହ । କୌଣସି ଉତ୍ସବରେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ନ୍ୟୁ ଲୁକ୍‌ରେ ନିଜକୁ ପରସି ଦେବାପାଇଁ ସମସ୍ତଙ୍କ ମନରେ ଥାଏ ଅକୁଣ୍ଠ ଉନ୍ମାଦନା । ଉଭୟ ମହିଳା ଓ ପୁରୁଷ ବର୍ଗର ବ୍ୟକ୍ତିଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଫ୍ୟାସନ ଡ଼ିଜାଇନର ମାନେ ଭଳିକି ଭଳି ପୋଷାକ ଡ଼ିଜାଇନ୍ ପ୍ରସ୍ତୁତ କରିଥାନ୍ତି । ଏହି ଡ଼ିଜାଇନ୍ ଗୁଡ଼ିକୁ ଲୋକଙ୍କ ପାଖରେ ପହାଞ୍ଚାଇବା ଲକ୍ଷରେ ଆଡ଼ିକ୍‌ସନ ଫ୍ୟାସନ ମ୍ୟାନେଜମେଣ୍ଟ ଦ୍ୱାରା ଭୁବନେଶ୍ୱର ରନୱେ ୱିକ୍‌ର ୧୧ ତମ ସଂସ୍କରଣ ସ୍ଥାନୀୟ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ରନୱେ ୱିକ୍‌ର ଉପଦେଷ୍ଟା ନବୀନ ଖାଣ୍ଡୋଇଙ୍କ ଉପସ୍ଥିତିରେ ନିର୍ଦ୍ଦେଶକ ଜନ ଅଜୟଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି ସଂସ୍କରଣରେ ୧୧ଜଣ ଡ଼ିଜାଇନର ନିଜର ଭଳିକି ଭଳି ଡ଼ିଜାଇନ ପ୍ରଦର୍ଶିତ କରିଥିଲେ । ରିମ୍‌ଲି ମହାନ୍ତିଙ୍କର ରିମ୍‌ଲି ଡ଼ିଜାଇନ ଷ୍ଟୁଡ଼ିଓ ଦ୍ୱାରା ପ୍ରସ୍ତୁତ “ସାଟିକା” ଡ଼ିଜାଇନରେ ପାରମ୍ପରିକ ହାଣ୍ଡଲୁମ୍ ଶାଢୀ ଯାହାକି ବିବାହ, ରିସେପ୍‌ସନ, ମେହେନ୍ଦି, ହଳଦୀ ଓ ସଂଙ୍ଗୀତରେ ବ୍ୟବହାର କରାଯାଇପାରିବ ତାହା ସୋକେସ୍ କରାଯାଇପାରିବ । ବର୍ଣ୍ଣାଳୀ ହୋତା ରିମ୍‌ଲି ଡ଼ିଜାଇନ ଷ୍ଟୁଡ଼ିଓର ସୋ ଷ୍ଟପର ଥିଲେ । ଦେବାଙ୍ଗିନୀ ବେହେରାଙ୍କ ଡାପରଡ଼େଲ୍ଲି ଦ୍ୱାରା ପ୍ରସ୍ତୁତ ଡ଼ିଜାଇନ୍ ଗୋଲଡ଼େନ୍ ଡ଼୍ରିମ୍ସରେ ଛୋଟ ଛୁଆଙ୍କ ପୋଷାକ ସୋକେସ୍ କରାଯାଇଥିବା ସହ ବିଳାସପୂର୍ଣ୍ଣ କପଡ଼ାରୁ ପ୍ରସ୍ତୁତ ସାର୍ଟିକ୍‌, ଚିଫନ, ଅର୍ଗାନଜା ଏବଂ ଏମ୍ରୋଡ଼ରି ନେଟ୍ ପରି ଡ଼ିଜାଇନ୍ ଗୁଡ଼ିକ ବେଶ୍ ଆକର୍ଷଣୀୟ ଥିଲା । କରୋଳିନା ଓ ଆହିଲ୍ ଏହି ଡ଼ିଜାଇନ୍‌ର ସୋ ଷ୍ଟପର ଥିଲେ । ସୋମ୍ୟାଶ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଡ଼ିଜାଇନ୍ “କ୍ରିସିସ୍‌”ରେ ପାର୍ଟିପୋଷାକ ସଂଗ୍ରହ ସହ କ୍ରିଷ୍ଟାଲ ଭେଲ କଲେକ୍ସନ ଉପସ୍ଥାପନ କରାଯାଇଥିଲା ଯାହାର ଦେବାଙ୍ଗିନି ସୋ ଷ୍ଟପର ଥିଲେ । ସିଏ ସନ୍ଦିପ୍ ଓ ଡ଼କ୍ଟର ଜରିନାଙ୍କର ଦ୍ୱାରା ପ୍ରସ୍ତୁତ “ଇଣ୍ଡିଆନ ଭିଲେଜ” ଏକ କାରିଗର ସଂପ୍ରଦାୟର ବ୍ରାଣ୍ଡ । ଭୁବନେଶ୍ୱର ରନୱେ ୱିକ୍‌ର ୧୧ ତମ ସଂସ୍କରଣରେ ସେ ତାଙ୍କ ସଂଗ୍ରହ “ସାମସ୍ମିତି – ମୂଳସହ ପୁନଃ ସଂଯୋଗ” ପ୍ରସ୍ତୁତ କରିଥିଲେ ଯାହା ରାଜ୍ୟର ବୁଣାକାରଙ୍କର ଭାବପ୍ରବଣତା ଦ୍ୱାରା ର୍ନିମିତ । ଏହା ଗ୍ରାମୀଣ ଜୀବନଶୈଳୀ ଦ୍ୱାରା ଅନୁୂପ୍ରାଣିତ । ଓଲିଉଡ଼୍ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଏହାର ସୋ ଷ୍ଟପର ଥିଲେ । ସିପ୍ରା ଦାସଙ୍କ ଦ୍ୱାରା ପ୍ରସ୍ତୁତ ଟାସା ୱିଙ୍ଗସ୍‌ରେ କକ୍‌ଟେଲ ଗାଉନର ସଂଗ୍ରହ ବେଶ୍ ଆକର୍ଷଣୀୟ ଥିବାବେଳେ ରାକେଶ କୁମାର ଓ ଦିବ୍ୟା ମହାନ୍ତି ଏହାର ସୋ ଷ୍ଟପର ଥିଲେ । ଅର୍ପିତା ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଲେବଲ ସୁରେଲରେ ଆଧୁନିକ ଗାଉନ୍ ପ୍ରଦର୍ଶିତ କରାଯାଇଥିଲା । ତାଙ୍କ ପ୍ରଦର୍ଶିତ ସଂଗ୍ରହରେ ମାରୁନ୍‌, ପେଲେଟ୍ ବ୍ଲାକ୍‌, ପାଷ୍ଟେଲ ପିଙ୍କ୍‌, ଗ୍ରୀନ୍ ପରି ବିଳାସପୂର୍ଣ୍ଣ ରଙ୍ଗ ସହ ଜଟିଳ ଏମ୍ରୋଡରିର ଝଲକ୍ ଦେଖିବାକୁ ମିଳିଥିଲା । ସ୍ୱପ୍ନା ପ୍ରିୟଦର୍ଶିନି ଏହାର ସୋ ଷ୍ଟପର ଥିଲେ । ଫ୍ୟାସନ ଡ଼ିଜାଇନର ସୁଜାତା ଓ ତାନିଆ ଦ୍ୱାରା ପ୍ରସ୍ତୁତ ବ୍ରାଣ୍ଡ ସୂତା ବମ୍ବେରେ ପ୍ରେମ ଭକ୍ତି ଏବଂ ପାରମ୍ପରିକ ଲାଲ ଏବଂ ଧଳାରଙ୍ଗର ଶାଢୀ ଉପରେ ପୋଷାକ ପ୍ରଦର୍ଶିତ କରାଯାଇଥିଲା । ଦେବସ୍ମିତା ଗିରିଙ୍କ ଦ୍ୱାରା ପ୍ରସ୍ତୁତ ବ୍ରାଣ୍ଡ ସୋଲ ବାଇ ଇଣ୍ଡିଆନରେ ସେ ନିଜର “ନଜାରା” କଲେକ୍‌ସନ ପ୍ରଦର୍ଶିତ କରିଥିଲେ ଏବଂ ପଦ୍ମିନି ପଟ୍ଟନାୟକ ସୋ କୁ ଉନ୍ମୋଚିତ କରିଥିବା ବେଳେ ଅଭିନେତ୍ରୀ ଦେବାଙ୍ଗିନୀ ଡ଼େଗୁରିଆ ସୋ ଷ୍ଟପର ଥିଲେ । ଅର୍ଚ୍ଚନା ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ “ସଂସ୍କୃତ” ହେଉଛି ଏକ ପ୍ରସିଦ୍ଧ ବ୍ରାଣ୍ଡ ଯାହାକି ଭାରତୀୟ ମହିଳାଙ୍କର ପୋଷାକରେ ବିଶେଷାଙ୍କ ପାରମ୍ପରିକ ଫ୍ୟାସନ ସହିତ ଆଧୁନିକ ଫ୍ୟାସନ ଏକ ମିଶ୍ରଣ । ଏହି ବ୍ରାଣ୍ଡର ପ୍ରସ୍ତୁତ ଡ଼ିଜାଇନରେ ଶାଢୀ, ଲେହେଙ୍ଗା, ସାଲୁଆର କାମିଜ୍‌, ର୍କୁି ଓ ଦୁପଟାରେ ଏମ୍ରୋଡ଼ରି ଜରି ଏବଂ ହାତରେ ଚିତ୍ରିତ ଡ଼ିଜାଇନର ପ୍ରତିଫଳନ ଦେଖିବାକୁ ମିଳିଥିଲା । ଅନ୍ୱେଷା ମହାକୁର ଏହି ବ୍ରାଣ୍ଡର ସୋ ଷ୍ଟପର ଥିଲେ । ଡକ୍ତର ଜରିନା ଏବଂ ସିଏ ସନ୍ଦିପଙ୍କର ପ୍ରସ୍ତୁତ ଲେବଲ ସାଜ୍‌ରେ ବରଯାତ୍ରୀପାଇଁ ବ୍ରାଇଡାଲ ଲେହେଙ୍ଗା, ନନ୍ ବ୍ରାଇଡାଲ କଲେକ୍ସନ ଏବଂ ଗାଉନ୍ ସଂଗ୍ରହ ଦେଖିବାକୁ ମିଳିଥିଲା । ସେ ତାଙ୍କର “ସେହେଜାଦି” ନାମକ ଡ଼ିଜାଇନ୍ ସୋ କେସ୍ କରିଥିଲେ । ଓଲିଉଡ଼୍ ତାରକା ଭୂମିକା ଦାସ ଏହି ଡ଼ିଜାଇନ୍‌ର ସୋ ଷ୍ଟପର ଥିଲେ । ଜାହିଦା ଅହମଦଙ୍କ ଦ୍ୱାରା ପ୍ରସ୍ତୁତ ବ୍ରାଣ୍ଡ “ଜନତ୍‌” ଫାଇନାଲ ବ୍ରାଇଡାଲ କାଉଚର କଲେକ୍‌ସନ ଉପରେ ଆଧାରିତ । ତାଙ୍କ ପ୍ରଦର୍ଶିତ ଡ଼ିଜାଇନରେ ରେଶମ, ଭେଲଭେଟ୍‌, ସାଟିନ୍ ଏବଂ କ୍ରିପର କାରୁକାର୍ଯ୍ୟ ଦେଖିବାକୁ ମିଳିଥିଲା । ବଲିଉଡ଼୍‌ର ଷ୍ଟାର ଓରିନା ହୁସେନ୍ ଓ ଗୌରବ ରାଲହନ ଏହି ବ୍ରାଣ୍ଡର ସୋ ଷ୍ଟପର ଥିଲେ । ଏହି ସୋ ରେ ବହୁ ମାନ୍ୟଗଣ୍ୟ ଅତିଥିଙ୍କ ସହ ଆଡ଼ିକ୍‌ସନ ଫ୍ୟାସନ ମ୍ୟାନେଜ୍‌ମେଣ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

loading...

Leave A Reply

Your email address will not be published.