ପ୍ରାକୃତିକ ଉପାୟରେ ଆକର୍ଷଣୀୟ ଦେଖାଯିବାକୁ ଚାହାନ୍ତି କି ? ଆପଣାନ୍ତୁ ଏହି ଉପାୟ
ପୁଅ ହେଉ ବା ଝିଅ, ସୁନ୍ଦର ଦେଖାଯିବାକୁ କିଏ ବା ନ ଚାହେଁ । ଏଥିପାଇଁ କିଏ ମେଡ଼ିସିନ ଖାଇଲାନି ତ କିଏ ବଜାରରେ ବିକ୍ରି ହେଉଥିବା କ୍ରିମ ଲଗାଇଲାଣି । କିନ୍ତୁ ଏସବୁ ଉପାୟକୁ ବାଦ ଦେଇ ଆପଣ ପ୍ରାକୃତିକ ଉପାୟ ଅବଲମ୍ବନ କଲେ ଅଧିକ ଆକର୍ଷଣୀୟ ଦେଖାଯିବେ । ଯଦି ଆପଣ ଘରେ ବସି ପ୍ରାକୃତିକ ଉପାୟରେ ଆପଣଙ୍କ ମୁହଁକୁ ବ୍ଲିଚ୍ କରିବେ ତେବେ ନିଜଠାରେ ଏକ ଗୋରା ଓ ଚମକଦାର ପରିବର୍ତ୍ତନ ଦେଖିପାରିବେ । ତେବେ ଆସନ୍ତୁ ଜାଣିବା କିପରି କରିବେ ବ୍ଲିଚ ..
ଆବଶ୍ୟକୀୟ ସାମଗ୍ରୀ:
୧ ଚାମଚ ଦହି ।
୧ ଚାମଚ ବେସନ ।
୧/୨ ଲେମ୍ବୁର ରସ ।
ପ୍ରସ୍ତୁତି : ପ୍ରଥମତଃ ଆପଣ ଏକ ପାତ୍ରରେ ୧ ଚାମଚ ଦହି,୧ ଚାମଚ ବେସନ ଓ ୧/୨ ଲେମ୍ବୁର ରସକୁ ନେଇ ଭଲଭାବରେ ମିଶ୍ରଣ କରନ୍ତୁ। ଏହାପରେ ଆପଣ ପ୍ରସ୍ତୁତ ହୋଇଥିବା ଉକ୍ତ ମିଶ୍ରଣକୁ ମୁହଁରେ ଲଗାଇ ୨୦ ମିନିଟ୍ ପରେ ଥଣ୍ଡାପାଣିରେ ଧୋଇଦିଅନ୍ତୁ । ତେବେ ଏଥିରୁ ଭଲ ରେଜଲ୍ଟ ପାଇବାକୁ ହେଲେ ଆପଣଙ୍କୁ ଏହାର ପ୍ରୟୋଗଟି ସପ୍ତାହକ ମଧ୍ୟରେ ୩ ଥର କରିବାକୁ ହେବ।