ଭୁବନେଶ୍ୱର: ଭୁବନେଶ୍ବର ସହିଦ ନଗର ୟୁଥ ଆସୋସିଏସନରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଦ୍ୟାଦାତା ପ୍ରଭୁ ଗଣେଶଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଆସୋସିଏସନ ପକ୍ଷରୁ ଏକ ସମ୍ବଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସମ୍ବଦ୍ଧନା ସଭାରେ ସାମ୍ବାଦିକତା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ୪ ଜଣ ବିଶିଷ୍ଟ ସାମ୍ବାଦିକଙ୍କୁ ବାର୍ତ୍ତାବହ-୨୦୧୯ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମ୍ବର୍ଦ୍ଧିତ ବ୍ୟକ୍ତି ବିଶେଷମାନେ ହେଲେ ନିରପେକ୍ଷ ଖବରର ସମ୍ପାଦକ ଦେବସ୍ମିତା ବେହେରା, ପ୍ରଗତିବାଦୀର ଫଟୋ ସାମ୍ବାଦିକ ସନ୍ତୋଷ ପଣ୍ଡା,ଓଟିଭି ସାମ୍ବାଦିକ ଜଗଦୀଶ ଦାଶ ଏବଂ କ୍ରାଇମ୍ କ୍ୟାପିଟାଲ୍ ମାନସ କୁମାର ମହାପାତ୍ର। ସେହିପରି ସ୍ଥାନୀୟ ଅଞ୍ଚଳର କୁନି କୁନି ପ୍ରତିଭାମାନଙ୍କୁ ମଧ୍ୟ ଏଥିରେ ସମ୍ବାନିତ କରାଯାଇଥିଲା। ସମ୍ବଦ୍ଧନା ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଚିନ୍ମୟ ସାହୁ, ଜଗନ୍ନାଥ ମହାପାତ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।ଅନୁଷ୍ଠାନର ସଭାପତି ଦୀପକ କୁମାର ବେହେରା, ସୋମ୍ୟ ରଞ୍ଜନ ଦାଶ, ଗୁଲସନ କୁମାରଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Breaking
ଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment୨୯ରୁ ଟ୍ୱିନ ସିଟିର ସବୁଠାରୁ ବଡ ନବରାତ୍ରି ସେଲିବ୍ରେଶନ ‘ଦାଣ୍ଡିଆ କାର୍ଣ୍ଣିଭାଲNavadarshan Reflection Ceremony 2025: Paving the Way for an Inclusive & Viksit Odisha