ନୂଆଦିଲ୍ଲୀ:ଦୀର୍ଘ ଦିନ ଜୀବନ ଓ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ୯୩ ବର୍ଷ ବୟସରେ ଅଟଳ ଗୁରୁବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ଦେଶରେ ଶୋକର ଲହରି ଖେଳି ଯାଇଛି। ଗତକାଲିଠୁ ତାଙ୍କ ସ୍ଵାସ୍ଥ୍ୟରେ ବହୁତ ଅବନ୍ନତି ଘଟିଥିଲା। ଗତକାଲିଠୁ ତାଙ୍କର ସ୍ଵାସ୍ଥ୍ୟବସ୍ଥାରେ କୌଣସି ସୁଧାର ଦେଖାଯାଇନଥିଲା।ମହାନ ଜନନେତା, ଭାରତୀୟ ଅଣକଂଗ୍ରେସ ରାଜନୀତିରେ ପ୍ରବାଦ ପୁରୁଷ, କବି, ପ୍ରଚଣ୍ଡ ବାଗ୍ମୀ ଅଟଳ ବିହାରୀ ବାଜପେୟୀଙ୍କର ନୂଆଦିଲ୍ଲୀର ଅଲ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ୯୩ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ଅପରାହ୍ଣ ୦୫.୦୫ରେ ଶ୍ରୀ ବାଜପେୟୀ ଏମ୍ସରେ ଚିକିତ୍ସିତ ଥିବା ଅବସ୍ଥାରେ ପରଲୋକ ଗମନ କରିଛନ୍ତି। ଶ୍ରୀ ବାଜପେୟୀଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଗୁରୁବାର ପୂର୍ବାହ୍ନରେ ଏମ୍ସ ପହଞ୍ଚି ଅଟଳଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଲାଲକୃଷ୍ଣ ଆଡଭାନୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ, ଗୃହମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ସ୍ଵାସ୍ଥ୍ୟ ତଥା ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମେତ ଅନେକ ନେତା ଆଜି ଏମ୍ସ ପହଞ୍ଚି ବାଜପେୟୀଙ୍କୁ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।
୧୯୫୧ ମସିହାରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ଜନ ସଂଘର ଜଣେ ପ୍ରତିଷ୍ଠାତା ସଭ୍ୟ ରୂପେ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ୧୯୫୭ରୁ ଆରମ୍ଭ ହୋଇଥିଲା ତାଙ୍କର ସାଂସଦ ଜୀବନ। ୧୯୫୭ରୁ ୭୭ ପର୍ଯ୍ୟନ୍ତ ପାର୍ଲାମେଣ୍ଟରେ ଭାରତୀୟ ଜନସଂଘର ପ୍ରତିନିଧି ଭାବେ କାର୍ଯ୍ୟ ତୁଲାଇଥିଲେ। ୧୯୭୭ରୁ ୮୦ ପର୍ଯ୍ୟନ୍ତ ଜନତା ପାର୍ଟିର ପ୍ରତିଷ୍ଠାତା ସଭ୍ୟ ଥିଲେ।୧୯୯୬ ମସିହାରେ କ୍ଷମତାକୁ ଆସିଥିଲା ବିଜେପି। ଆଉ ବାଜେପେୟୀ ହୋଇଥିଲେ ପ୍ରଧାନମନ୍ତ୍ରୀ। ହେଲେ ଭାଗ୍ୟଦେବୀ ତାଙ୍କ ଉପରେ ସେତେଟା ପ୍ରସନ୍ନ ନଥିଲେ। ମାତ୍ର ୧୩ ଦିନ ପାଇଁ ବାଜପେୟୀ ହୋଇଥିଲେ ପ୍ରଧାନମନ୍ତ୍ରୀ।
୧୯୯୮ରେ ସେ ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ବର୍ଷ ପୋଖରାନରେ ଆଣବିକ ପରୀକ୍ଷଣ, ୧୯୯୯ରେ ପାକିସ୍ତାନକୁ ବସ୍ ଯାତ୍ରା ଭଳି ଘଟଣା ବିଶ୍ୱ ଦରବାରରେ ତାଙ୍କର ଭିନ୍ନ ଭାବମୂର୍ତ୍ତି ତିଆରି କରିଥିଲା।
ଗତ ଜୁନ ୧୧ ତାରିଖରେ ଅସୁସ୍ଥତା ହେତୁ ବାଜପେୟୀ ଏମ୍ସ୍ରେ ଭର୍ତ୍ତି ହେବା ସହିତ ଗତ ୯ ସପ୍ତାହ ହେବ ସେଠାରେ ଚିକିତ୍ସାଧୀନ ଥିଲେ। ଗତ ୩୬ ଘଣ୍ଟା ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖା ଦେଇଥିଲା। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍ରେ ରଖା ଯାଇଥିଲା। ମଧୁମେହରେ ଆକ୍ରାନ୍ତ ବାଜପେୟୀଙ୍କର ୨୦୦୯ରେ ଷ୍ଟ୍ରୋକ୍ ଯୋଗୁଁ ତାଙ୍କର ଗୋଟିଏ କିଡ୍ନି ନଷ୍ଟ ହୋଇଯାଇଥିଲା। ପରେ ସେ ଡିମେନ୍ସିଆରେ ଆକ୍ରାନ୍ତ ହୋଇଥିଲେ ଓ ସେହି ଦିନରୁ ହ୍ଵିଲ ଚେୟାରରେ ବସିବାକୁ ବାଧ୍ୟ ହୋଇଥିଲେ।
Breaking
Odisha Vikash Conclave 2025 to Unveil Roadmap for People-Centric, Climate-Smart Odisha@2036Joyalukkas‘Brilliance Diamond Jewellery Show’ in Bhubaneswar from 21st November to 7th December.Red Swastik Society and Team “Ladhei” distributed EV Scooties to the Differently-Abled.Bhubaneswar Leads Odisha’s Tech Revolution as AI and Digital Banking Reshapes SME Landscape: KotakBajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth story