ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରିରେ କିନ୍ନରଙ୍କ ପ୍ରାଦୁର୍ଭାବକୁ ନେଇ ଉତ୍ତେଜନା। କିନ୍ନରଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ। ଅାଜି ସଂଧ୍ୟାରେ କିଛି କିନ୍ନର ଏକ ଗାଡ଼ିକୁ ଅଟକାଇ କିଛି ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।ଏହାକୁ ବିରୋଧ କରି ସ୍ଥାନୀୟ ଅଂଚଳର କିଛି ଯୁବକ କିନ୍ନରଙ୍କୁ ଅଟକାଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ହାତାହାତି ଯାଏଁ କଥା ଯାଇଥିଲା । କଥା ଏତେ ଆଗକୁ ଯାଇଥିଲା ଯେ ସ୍ଥାନୀୟ ଯୁବକ ସେଠାରେ ଥିବା ଏକ ଗାଡିକୁ ପୋଡିଦେବା ସହ ରାସ୍ତା ଅବରୋଧ କରିଥିଲେ । ଏହା ସହ ଯୁବକଙ୍କୁ ମାଡ ମାରିଥିବା ଚାରି ଜଣ କିନ୍ନରଙ୍କୁ ସ୍ଥାନୀୟ ବ୍ୟକ୍ତି ମାଡ ମାରି ଥାନାରେ ଦେଇଥିଲେ ।
Breaking
ପଟିଆରେ ଖୋଲିଲା ରୋଜ୍ ଟ୍ରାନ୍ସଫରମେସନ୍ଜଗନ୍ନାଥ ହେଉଛନ୍ତି ଆମର ଅସ୍ମିତା – ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ବତୀ ମହାରାଜApollo Hospitals, Bhubaneswar Launches Comprehensive Liver Transplant Programପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ଝଲସିଲା ମହିଳା ସଶକ୍ତିକରଣବୟୋଜ୍ୟେଷ୍ଠ, ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ, ଆଦର ଦେଉଥିବା ସମାଜ ହେଉଛି ଏକ ଆଦର୍ଶ ସମାଜ- ମୁଖ୍ୟମନ୍ତ୍ରୀ