ଭୁବନେଶ୍ୱର- କଣ୍ଟାବାଡ ସ୍ଥିତ ଇଣ୍ଟର ସାଇନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜ୍ମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏମଟି)ରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣ୍ଡ ଫାଇନାନ୍ସିଆଲ ଇନୋଭେସନ୍ ଉପରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ରେଜିଷ୍ଟାର ସୋମା ମିତ୍ର ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ରଖିଥିଲେ । ମୁଖ୍ୟ ଅତିଥି ଭାବେ ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମୀୟ କୁମାର ରଥ ଯୋଗଦେଇ ନୂତନ ଶିକ୍ଷା ନୀତି-୨୦୨୦ରେ ଶିକ୍ଷାର ବିକାଶଧାରା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ରୋମାନିଆ ଆରେଲ୍ ଭ୍ଲାଇକୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାଲେଣ୍ଟିନା ଇ. ବାଲାସ ଯୋଗଦେଇ ଛାତ୍ର ଜୀବନର ବିକାଶ ମୂଳକ ପନ୍ଥା ଅନୁସରଣ କରିବା ନିମନ୍ତେ ପରାମର୍ଶ ଦେବା ସହିତ ଏଆଇ’ର ବିକାଶ ଓ ପୋଷଣତତ୍ତ୍ୱ ବିଷୟରେ ମତାମତ ପ୍ରଦାନ କରିଥିଲେ । ଆଇ ଆଇ ଏମ୍ ଟିର ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ପୃଷ୍ଟି ପ୍ରାରମ୍ଭିକ ଅଭିଭାଷଣ ଦେବାପରେ ଅନୁଷ୍ଠାନର ପ୍ରତିଷ୍ଠାତା ଚେୟାରମ୍ୟାନ ପ୍ରଫେସର ଶ୍ରୀକାନ୍ତ ପଟ୍ଟନାୟକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଗୁରୁତ୍ୱ ଓ ମାନବ ସମାଜ ପ୍ରତି ଏହାର ଆଭିମୁଖ୍ୟ ସମ୍ବଦ୍ଧରେ ଆଲୋଚନା କରିଥିଲେ । ସମ୍ମିଳନୀର ସମ୍ପାଦକ ପ୍ରଫେସର ଆଲୋକ ଅରୁଣ ସୂଚାରୁରୂପେ ପରିଚାଳନା କରିଥିଲା ବେଳେ ଡିନ୍(ଗବେଷଣା) ଡ. ହିମାଂଶୁ ଶେଖର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀରେ ବହୁ ସନ୍ଦର୍ଭ ଉପସ୍ଥାପନା କରାଯାଇଥିଲା।
Breaking
CREDAI Odisha Announces Home & Decor Expo 2025 – The Biggest Property Exhibition in OdishaAre You at Risk of High Cholesterol? Here’s Why Even the Healthy Must Keep a Watch on LDLC Levels୪୮୮ବର୍ଗ ଅନୁଦାନପ୍ରାପ୍ତ କଲେଜ ଅଧ୍ଯାପକ କର୍ମଚାରୀ ସମନ୍ବୟ ସମିତିର ରାଜ୍ଯ ସ୍ତରୀୟ ବୁଦ୍ଧିଜୀବୀ ଆଲୋଚନାଚକ୍ରପିପିଏଲ୍ ଓଡ଼ିଆ ତରଫରୁ ପ୍ରେରଣାଦାୟୀ ୨୦୨୫ ଅୟୋଜିତLooks Salon Expands in Bhubaneswar with the Opening of Its Third Branch in Patia