ଭୁବନେଶ୍ୱର: ବରିଷ୍ଠ ଅଭିନେତା ଦେବୁ ବୋଷଙ୍କ ଦେହାନ୍ତ ହୋଇଛି । ୭୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଦେବୁ ବୋଷ । ଗତ କିଛି ମାସ ହେବ ସେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ । ଦେବୁ ବୋଷଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳି ଯାଇଛି ।୧୯୪୨ ମସିହା ଡିସେମ୍ବର ୨ ରେ ଜନ୍ମ ଗ୍ରହଣ କରିଥିବା ଅଭିନେତା ଦେବୁ ବୋଷ ୮୦ ଦଶକର ଚଳଚ୍ଚିତ୍ର ‘ତପସ୍ୟା’ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ‘କାବେରୀ’, ‘ଗଙ୍ଗଶିଉଳି’, ‘ଚକାଭଉଁରି’, ‘ସହରୀ ବାଘ’, ‘ସୁନା ଚଢ଼େଇ’, ଓ ‘ପୁଅ ମୋର କଳା ଠାକୁର’ ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିଲେ। ଦେବୁ ବୋଷ ନିଜ ଜୀବନ କାଳରେ ଶତାଧିକ ଓଡ଼ିଆ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଓଡ଼ିଆ ଫିଲ୍ମରେ ବାପା ଭୂମିକାରେ ଅଭିନୟ କରି ନିଆରା ପରିଚୟ ସୃଷ୍ଟି କରିଥିଲେ।ଓଡ଼ିିଆ ଚଳଚିତ୍ର ବ୍ୟତୀତ ବହୁ ଭଜନ ଆଲବମ୍ରେ ମଧ୍ୟ ଶ୍ରୀ ବୋଷଙ୍କ ଅଭିନୟ ସବୁଦିନ ପାଇଁ ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଅପାସୋରା ହୋଇ ରହିବ।
Breaking
୨୯ରେ ମୁକ୍ତି ଲାଭ କରିବ ଚଳଚିତ୍ର “ସପନଟିଏ-ଏ ଡ଼୍ରିମ୍”ଉତ୍କଳ କନିକା ଗ୍ୟାଲେରିଆ ମଲ୍ରେ ‘ଖୁସିୟୋଁ କା ତ୍ୟୋହାର ‘ପୁରସ୍କାର ବିତରଣ ଉତ୍ସବReliance Digital unveils its newly launched store in Bapuji Nagar, Bhubaneswar.Utkal Builders Limited, Bhubaneswar conferred with prestigious Times Business Awards “Trusted Developer of the Year”ବିଦେଶରେ ଡ଼ାକ୍ତରୀ ଶିକ୍ଷା ନିମନ୍ତେ ବାଟ ଦେଖାଉଛି ଏଡ଼ୁନମ୍