Breaking

୩୧୨ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ମୋଦୀ ସରକାର

0

ନୂଆଦିଲ୍ଲୀ: କାମରେ ହେଳା କରିଥିବା ଅଭିଯୋଗରେ ୩୧୨ ଜଣ କର୍ମଚାରୀଙ୍କୁ ମୋଦୀ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି | ନିଜ କାମକୁ ନେଇ ଦାୟିତ୍ବହୀନତା ପାଇଁ ଏହି କେନ୍ଦ୍ର କର୍ମଚାରୀମାନଙ୍କୁ ଚାକିରିରୁ ହଟାଇଦିଆଯାଇଥିବାର ଜଣାପଡିଛି | ଏଥିରେ ବହୁ ବରିଷ୍ଠ ଅଧିକାରୀ ଥିବାବେଳେ ଯୁଗ୍ମ ସଚିବସ୍ତରର କିଛି ଅଫିସର ମଧ୍ୟ ରହିଛନ୍ତି |

ମିଳିଥିବା ତଥ୍ୟ ଅନୁଯାୟୀ ସରକାର ଗ୍ରୁପ ବି ର ୧୮୭ ଜଣ କର୍ମଚାରୀଙ୍କୁ ଚାକିରିରୁ ହଟାଇଥିବାବେଳେ ଗ୍ରୁପ-ଏର ୧୨୫ ଜଣ ଅଫିସରଙ୍କୁ ହଟାଇଦେଇଛନ୍ତି | ଲୋକସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ଉତ୍ତର ରଖିଛନ୍ତି | ସେ ନିଜ ଉତ୍ତରରେ କହିଛନ୍ତି ଯେ ସାର୍ବଜନିକ ହିତକୁ ନଜରରେ ରଖି ଦାୟିତ୍ୱହୀନ ଅଧିକାରୀଙ୍କ ପ୍ରତି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି | ଜୁଲାଇ ୨୦୧୪ ରୁ ମେ ୨୦୧୯ ମଧ୍ୟରେ ହୋଇଥିବା ଅନୁସନ୍ଧାନରେ ‘ଗ୍ରୁପ ଏ’ ର ୩୬ହଜାର ଓ ‘ଗ୍ରୁପ ବି’ ର ୮୨୦୦୦ ଅଧିକାରୀଙ୍କ କାର୍ଯ୍ୟ ଉପରେ ନଜର ରଖାଯାଇଥିଲା | ଏଥିରେ ଜଣାପଡ଼ିଥିଲା ଯେ ୩୧୨ ଜଣ ଅଧିକାରୀ ଲଗାତାର ନିଜ ଦାୟିତ୍ୱକୁ ସଠିକ ଭାବେ କରୁନାହାନ୍ତି | ତେଣୁ ତାଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି।

loading...

Leave A Reply

Your email address will not be published.