Breaking

ରୁଷ୍‌ରୁ ଆହୁରି ସୁଖୋଇ ସୁ-୩୦ ଏମ୍‌କେଆଇ ଏବଂ ମିଗ୍‌ -୨୯ ଲଢୁଆ ବିମାନ କିଣିବ ଭାରତୀୟ ବାୟୁସେନା

0

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ୍‌ ପଟୁ ଥିବା ବିପଦକୁ ମୁକାବିଲା କରିବାକୁ ରୁଷ୍‌ରୁ ଭାରତୀୟ ବାୟୁସେନା ଆହୁରି ୧୮ଟି ସୁଖୋଇ ସୁ-୩୦ ଏମ୍‌କେଆଇ ମଲ୍‌ଟିରୋଲ୍‌ ଲଢୁଆ ବିମାନ ଏବଂ ୨୧ଟି ମିକୋୟାନ୍‌ ମିଗ୍‌-୨୯ ଏୟାର୍‌ ସୁପରିଓରିଟି ଜେଟ୍‌ କିଣିବ। ବାୟୁସେନା ପାଖରେ ୨୭୨ଟି ସୁ-୩୦ ଏମ୍‌କେଆଇ ଏବଂ ୬୯ଟି ମିଗ୍‌-୨୯ ୟୁପିଜି ରହିଛି।

ରୁଷ୍‌ର ଫେଡେରାଲ୍‌ ସର୍ଭିସ୍‌ ଫର୍‌ ମିଲିଟାରି-ଟେକ୍ନିକାଲ୍‌ କୋଅପରେସନ୍‌ର ଡେପୁଟି ଡାଇରେକ୍ଟର୍‌ ଭ୍ଲାଦିମିର ଡ୍ରୋଝଝୋଭ୍‌ ସୋମବାର ଦିନ ମସ୍କୋରେ କହିଛନ୍ତି ଯେ ଭାରତ ଅତିରିକ୍ତ ୧୮ଟି ସୁ-୩୦ ଏମ୍‌କେଆଇ କିଟ୍‌ ଏବଂ ୨୦ ରୁ ଊର୍ଦ୍ଧ୍ୱ ଆଧୁନିକ କରାଯାଇଥିବା ମିଗ୍‌-୨୯ ବିମାନ ପାଇଁ ଅନୁରୋଧ କରିଛି। ମହାରାଷ୍ଟ୍ରର ନାସିକ ଠାରେ ଥିବା ଓଜାର୍‌ ପ୍ଲାଣ୍ଟ୍‌ରେ ହିନ୍ଦୁସ୍ତାନ ଏରୋନଟିକ୍‌ସ୍‌ ଲିମିଟେଡ୍‌ ସୁଖୋଇ ଟୁଇନ୍‌ଜେଟ୍‌ ମଲ୍‌ଟିରୋଲ୍‌ ବିମାନ ଆସେମ୍ଲ କରିବ। କିନ୍ତୁ ମିଗ୍‌ ବିମାନ ରୁଷ୍‌ରୁ ସମ୍ପୂର୍ଣ୍ଣ ନିର୍ମାଣ ହୋଇ ଆସିବ।

loading...

Leave A Reply

Your email address will not be published.