Breaking

ରାଜ୍ୟରେ ୫୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

୨ ଜଣ ନୂଆ ପଜିଟିଭ୍, ସୁସ୍ଥ ହୋଇ ଫେରିଲେ ୧୦ ରୋଗୀ; ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ :

ରାଜ୍ୟରେ ଗତକାଲି ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫୦ ଜଣ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଏଯାଏଁ ରାଜ୍ୟରେ ୩ ହଜାର ୫୪୭ ନମୁନା ପରୀକ୍ଷା କରାଯାଇଛି । ସେପଟେ ରାଜ୍ୟରେ ସୁସ୍ଥ ହେଲେ ଆଉ ୧୦ଜଣ କରୋନା ଆକ୍ରାନ୍ତ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ଲୋକଙ୍କ ତାଲିକାରେ ଭୁବନେଶ୍ୱରର ୫ ଜଣ, ଭଦ୍ରକର ୨ ଜଣ ସମେତ କଟକ, ପୁରୀ ଯାଜପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଗତକାଲି ୧୦ଜଣ ସୁସ୍ଥ ହୋଇଥିବା ବେଳେ ପୂର୍ବରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଦିଲେ।ତେବେ ବର୍ତମାନ ପରିସ୍ଥିତିରେ ମହାମାରିର ମୁକାବିଲା ପାଈ ରାଜ୍ୟ ସରକାରଙ୍କ ତରଫରୁ ଯେଉ ପଦକ୍ଷେପ ମାନ ଗ୍ରହଣ କରାଯାଇଛି ତାହାକୁ ବିଭିନ୍ନ ମହଲରେ ପ୍ରସଂସା କରାଯାଇଛି।

loading...

Leave A Reply

Your email address will not be published.