Breaking

ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏପରି କରନ୍ତୁ ବେସନର ବ୍ୟବହାର

0

ବିଭିନ୍ନ ଦାଗ, ବ୍ରଣ, ଆଖିତଳ କଳା ପଡ଼ିବା ଏହା ମୁହଁର ପ୍ରଧାନ ସମସ୍ୟା ଅଟେ। ଏହି ସବୁ କାରଣରୁ ମୁହଁର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। କିଛି ସହଜ ଘରୋଇ ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇବା ସହ ମୁହଁ ସୁନ୍ଦର ମଧ୍ୟ କରି ପାରିବା। ମୁହଁ ପାଇଁ ବେସନ ଖୁବ ଉପକାରୀ। ବେସନରେ ଭିଟାମିନ ଏ, ମିନେରାଲସ ରହିଛି ଯାହା ଆଖି ତଳେ ଥିବା କଳା ଦାଗ ସହ ମୁହଁର ବିଭିନ୍ନ ଦାଗକୁ ମଧ୍ୟ ଦୂର କରିଥାଏ। ମୁହଁକୁ ଉଜ୍ୱଳ ଓ ସୁନ୍ଦର କରିଥାଏ। ଜାଣନ୍ତୁ , ମୁହଁ ପାଇଁ କିପରି ବେସନର ବ୍ୟବହାର କରିବେ….
ଟମାଟୋ ରସ ଓ ବେସନ –
ଟମାଟୋରେ ଆଣ୍ଟି ଅକ୍ସାଇଡ଼ ରହିଥାଏ। ଯାହା ମୁହଁକୁ ଉଜ୍ୱଳ ଓ ସୁନ୍ଦର କରେ। ଟମାଟୋ ରସ ସହ ବେସନ ମିଶାଇ ଲଗାଇବା ଦ୍ୱାରା ଆଖିତଳେ ଥିବା କଳା ଦାଗ ଦୂର ହୋଇଥାଏ। ୨୦ ରୁ ୨୫ ମିନିଟ ଏହାକୁ ଲଗାଇ ପାଣିରେ ଧୋଇଦେବେ।
ବେସନ , କ୍ଷୀର ଓ ଦହି –
ବେସନରେ କ୍ଷୀର, ଦହି , ଅଳ୍ପ ହଳଦୀ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୨୦ ରୁ ୨୫ ମିନିଟ ମୁହଁରେ ଲଗାଇବା ପରେ ଧୋଇ ଦିଅନ୍ତୁ। ଏହା ମୁହଁର ଦାଗକୁ ଦୂର କରିବା ସହ ମୁହଁର ରଙ୍ଗ ଗୋରା କରିଥାଏ।

loading...

Leave A Reply

Your email address will not be published.