Breaking

ମିଳିଲା ନୂଆ ପ୍ରମାଣ; କରାଚୀରେ ରହୁଛି ଦାଉଦ୍‌

0

ନୂଆଦିଲ୍ଲୀ : ପାକିସ୍ତାନ ଯେତେ ଫାଙ୍କିଲେ ମଧ୍ୟ ପଳାତକ ଅଣ୍ଡରୱାର୍ଲଡ ଡନ ତଥା ୧୯୯୩ ମୁମ୍ବଇ ସିରିଏଲ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦାଉଦ୍‌ ଇବ୍ରାହିମ୍‌ ସେହି ଦେଶରେ ଆତ୍ମଗୋପନ କରିଥିବାର ପ୍ରମାଣ ବାରମ୍ବାର ସାମ୍ନାକୁ ଆସୁଛି। ଦାଉଦ୍‌ ଏବେ ପାକିସ୍ତାନର ବନ୍ଦର ସହର କରାଚୀରେ ଆତ୍ମଗୋପନ କରିଥିବା ନେଇ ସଦ୍ୟ ପ୍ରମାଣ ଉପଲବ୍ଧ ହୋଇଛି। ପ୍ରମୁଖ ଇଂଲିଶ ଗଣମାଧ୍ୟମ ଜି ନ୍ୟୁଜ ଏ ସମ୍ବନ୍ଧରେ କେତେକ ଫଟୋଚିତ୍ରକୁ ଭିତ୍ତିକରି ରିପୋର୍ଟ ପ୍ରକାଶ କରିଛି। ବିଗତ ୨୫ ବର୍ଷ ହେବ ପଳାତକ ଥିବା ଦାଉଦ୍‌ ତା’ର ଘନିଷ୍ଠ ଜବିର ମୋତିୱାଲାଙ୍କୁ ଭେଟିବା ସମୟରେ ଏହି ଫଟୋଗୁଡିକ ନିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ମୋତିୱାଲା ଡି-କମ୍ପାନୀର ଅନ୍ତର୍ଜାତୀୟ ନେଟୱର୍କର ଦେଖାଶୁଣା କରେ। ଉକ୍ତ ଚିତ୍ରରେ ମୋତିୱାଲା ସହିତ ଦାଉଦ୍‌ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। ଦାଉଦ୍‌ ଆଣ୍ଠୁ ରୋଗରେ ଗୁରୁତର ଅସୁସ୍ଥ ଥିବା ପୂର୍ବରୁ ଖବର ପ୍ରକାଶ ପାଇଥିଲା; ମାତ୍ର ଉକ୍ତ ଫଟୋରେ ସେ ଖୁବ୍‌ ସୁସ୍ଥ ଜଣାପଡୁଛି। ରିପୋର୍ଟ ଅନୁସାରେ କରାଚୀସ୍ଥିତ ଦାଉଦର ଘର ‘କ୍ଲିଫଟୋନ ହାଉସ’ ନିକଟରେ ମୋତିୱାଲା ରହୁଛି। ଦାଉଦ୍‌ ପତ୍ନୀ ମେହଜବିନ ଓ ପୁଅ ମୋଇମ ନୱାଜ ସହିତ ରହୁଛି। ମୋତିୱାଲାକୁ ୨୦୧୮ ଅଗଷ୍ଟ ୧୭ରେ ଆମେରିକା ସରକାରଙ୍କ ନିବେଦନ କ୍ରମେ ବ୍ରିଟେନର ସ୍କଟଲାଣ୍ଡ ୟାର୍ଡଠାରୁ ଗିରଫ କରାଯାଇଥିଲା। ତା’ ବିରୋଧରେ ବେଆଇନ ଅର୍ଥ କାରବାର, ବଳପୂର୍ବକ ଟଙ୍କା ଆଦାୟ ଏବଂ ନିଶାଦ୍ରବ୍ୟ ଆମଦାନୀ ଅଭିଯୋଗ ରହିଛି। ଏହି ମାମଲାରେ ଦୁଇ ଦିନ ପୂର୍ବେ ପାକିସ୍ତାନ ସରକାର ବ୍ରିଟେନ୍‌ ଅଦାଲତକୁ ଦାଉଦ୍‌ ନିଜ ଦେଶରେ ନାହିଁ ବୋଲି ଜଣାଇଥିଲେ।

loading...

Leave A Reply

Your email address will not be published.