Breaking

ବ୍ୟାଟିଂ କରୁଛନ୍ତି ଭଗବାନ ଗଣେଶ

0

ଚେନ୍ନାଇ, ୭।୭: ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍‌ ବିଶ୍ୱକପରେ ଭାରତୀୟ ଦଳ ଦମ୍‌ଦାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ଭାରତରେ ବିଶ୍ୱକପକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଫ୍ୟାନ୍‌ମାନେ ନିଜ ଦଳକୁ ଚିୟର୍‌ କରିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରୁଥିବାର ନଜିର ରହିଛି। ଏଥିରେ ସାମିଲ ହୋଇଛନ୍ତି ତାମିଲନାଡୁର ଜଣେ ମୂର୍ତ୍ତିଶିଳ୍ପୀ କେ.ଆର. ରାମକୃଷ୍ଣନ । ସେ ଗଣେଶଙ୍କ ବ୍ୟାଟିଂ ଏବଂ ବୋଲିଂ କରୁଥିବାର ମାଟି ମୂର୍ତ୍ତି ନିର୍ମାଣ କରିଛନ୍ତି। ଭାରତୀୟ ଦଳର ଜଣେ ବଡ ପ୍ରଶଂସକ ଥିବା ରାମକୃଷ୍ଣନ ଏଭଳି ମୂର୍ତ୍ତି ନିର୍ମାଣ କରି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। କପିଲ ଦେବ, ମହିନ୍ଦର ଅମରନାଥ, ସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ଖେଳାଳି ବିଘ୍ନବିନାଶନ ଗଣେଶଙ୍କ କୃପାରୁ ବିଶ୍ୱବିଜୟର ହୋଇପାରିଛନ୍ତି ବୋଲି ରାମକୃଷ୍ଣନ କହିଛନ୍ତି।

loading...

Leave A Reply

Your email address will not be published.