Breaking

ବିଶ୍ଵବିଦ୍ୟାଳୟ ସ୍ତରୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ଦୂତୀ

0

ରୋମ୍‌: ଇଟାଲୀର ନାପଲ୍ସରେ ଚାଲିଥିବା ବିଶ୍ଵବିଦ୍ୟାଳୟ ସ୍ତରୀୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ୧୧.୩୨ ସେକେଣ୍ଡରେ ସେ ୧୦୦ ମିଟର ଦୌଡ଼ ସମ୍ପୂର୍ଣ୍ଣ କରିଥିଲେ। ଏହି ସଂସ୍କରଣରେ ଭାରତର ଏହା ପ୍ରଥମ ସ୍ବର୍ଣ୍ଣ ପଦକ। ଏହା ସହିତ ଏହି କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ଦୂତୀ ହେଉଛନ୍ତି ପ୍ରଥମ ଭାରତୀୟ।

ବିଜୟ ପରେ ଦୂତୀ ଗଣମାଧ୍ୟମକୁ କହିଛନ୍ତି, ମୁଁ ବହୁତ ଖୁସି ଯେ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଆଣିଛି। ମୁଁ ଏହାକୁ ମୋ ବିଶ୍ଵବିଦ୍ୟାଳୟ କିଟ୍‌, ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶାବାସୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଉତ୍ସର୍ଗ କରୁଛି।

ସେହିପରି ୧୦୦ ମିଟର ଦୌଡ଼ରେ ସୁଇଜରଲାଣ୍ଡର ଅଜଲା ଦେଲ ପଣ୍ଟେ ରୌପ୍ୟ ପଦକ ହାସଲ କରିଛନ୍ତି। ୧୦୦ ମିଟର ଦୂରତା ଅତିକ୍ରମ କରିବା ଲାଗି ସେ ୧୧.୩୩ ସେକେଣ୍ଡ ସମୟ ନେଇଥିଲେ। ଗତ ସୋମବାର ଦୂତୀ ପ୍ରତିଯୋଗିତାରେ ଭାଗ ନେଇ ୧୧.୫୮ ସେକେଣ୍ଡରେ ୧୦୦ ମିଟର ଦୌଡ଼ ସମ୍ପନ୍ନ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ମଙ୍ଗଳବାର ସେମିଫାଇନାଲରେ ସେ୧୧.୪୧ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଥିଲେ।

loading...

Leave A Reply

Your email address will not be published.