Breaking

ଫ୍ୟାଟ୍‌ରୁ ଫିଟ୍‌ ହେଲେ ଏହି ଟେଲି ଅଭିନେତା

0

ମୁମ୍ୱାଇ: ଛୋଟ ପରଦା ସହ ବଡ ପରଦାରେ ମଧ୍ୟ ଖୁବ୍‌ ସକ୍ରିୟ ରହୁଥିବା ରାମ କପୁର ନିଜର କିଛି ଫଟୋ ଶେଆର କରି ଏବେ ଚର୍ଚ୍ଚାରେ । ଏହି ଫଟୋରେ ସେ ଫ୍ୟାଟ୍‌ରୁ ଫିଟ୍‌ ହୋଇଯାଇଥିବା ଦେଖିବାକୁ ମିଳିଛି। ରାମ କପୁର ନିଜ ଇନଷ୍ଟାଗ୍ରାମ୍‌ରେ ଏହି ଫଟୋ ଶେଆର କରିବା ମାତ୍ରେ ବହୁ ୟୁଜର ଏହାକୁ ପସନ୍ଦ କରିଛନ୍ତି।

ସବୁବେଳେ ପରଦାରେ ଡଉଲଡାଉଲ ଦେଖାଯାଉଥିବା ଏହି ଅଭିନେତା କିପରି ପରିଣତ ବୟସରେ ଫିଟ୍‌ ହେଲେ, ସେ ନେଇ ସମସ୍ତେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଫ୍ୟାନ୍ସଙ୍କ ଉତ୍ସୁକତାକୁ ଦେଖି ଅଭିନେତା ରାମ କପୁର ମଧ୍ୟ ନିଜ ଫିଟନେସ୍‌ ସିକ୍ରେଟ୍‌ ଉପରେ ପରଦା ଉଠାଇଛନ୍ତି।

ରାମ କପୁରଙ୍କ ଓଜନ ପୂର୍ବରୁ ୧୩୦ କେଜି ଥିଲା। ୱର୍କ ଆଉଟ ପ୍ଲାନ ଓ ଡେଲି ଡାଏଟ ଉପରେ ଗୁରୁତ୍ୱ ଦେଇ ସେ ପ୍ରାୟ ୩୦ ଜି ଓଜନ କମାଇ ଦେଇଥିବା ଜଣାଯାଇଛି। ଆସନ୍ତୁ ଜାଣିବା, କେମିତି ରହିଛି ରାମ କପୁରଙ୍କ ଡେଲି ଡାଏଟ ଓ ୱର୍କ ଆଉଟ ପ୍ଲାନ।

ରିପୋର୍ଟ ମୁତାବକ, ସକାଳୁ ଉଠିଲେ ପ୍ରତିଦିନ ରାମ ଜିମ୍‌ରେ ପହଞ୍ଚି ଯାଉଥିଲେ। ସେଠାରେ ସେ ପ୍ରଥମେ ହେଭି ୱେଟ୍‌ ଟ୍ରେନିଂ କରୁଥିଲେ। ଦିନ ସାରା ସେ ୧୬ ଘଣ୍ଟା କିଛି ନ ଖାଇ ରହି ଯାଉଥିଲେ। ଏହାକୁ Intermittent fasting କୁହାଯାଏ। ଏହାପରେ ଖାଇବା ସମୟରେ ସେ କେତେ କ୍ୟାଲୋରି ନେବେ ତା’ ଉପରେ ମଧ୍ୟ ଖାସ୍‌ ଧ୍ୟାନ ଦେଉଥିଲେ। ରାତିରେ ଶୋଇବା ପୂର୍ବରୁ ସେ କାର୍ଡିଓ ଏକ୍ସରସାଇଜ କରିଥାନ୍ତି। ତାଙ୍କ ମତରେ ଏପରି କରିବା ଦ୍ୱାରା ଭଲ ନିଦ ହୋଇଥାଏ।

ରାମ କପୁର ଶେଷ ଥର ଲାଗି ‘ଲଭ୍‌ୟାତ୍ରୀ’ ଫିଲ୍ମରେ ନଜର ଆସିଥିଲେ । ଏହାପରେ ୱେବ ସିରିଜ ‘କର ଲେ ତୁ ଭି ମୋହବତ’ରେ କାମ୍‌ କରୁଛନ୍ତି।

loading...

Leave A Reply

Your email address will not be published.