Breaking

ଧାରା ୩୭୦ ଉଚ୍ଛେଦ ନେଇ ଆମେରିକାର ପ୍ରତିକ୍ରିୟା ! ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲୁନାହାନ୍ତି ମୁହଁ

0

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଳିବିଳେଇଲାଣି ପାକିସ୍ତାନ । ମାମଲାକୁ ବିଶ୍ୱ ମଂଚକୁ ନେଇ ଭାରତକୁ ସମସ୍ୟାରେ ପକାଇବାକୁ ପାକିସ୍ତାନ ଯୋଜନା କରୁଥିବା ବଳେ ସାମ୍ନାକୁ ଆସିଛି ଆମେରିକାର ବୟାନ୍ । ଟ୍ରମ୍ପ ପ୍ରଶାସନ କହିଛି ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ ନେଇ ଭାରତ ଆମର କୌଣସି ପରାମର୍ଶ ଲୋଡିନଥିଲା । ଏପରି କହି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଭାରତ ପାକିସ୍ତାନର ବିବାଦ ଠାରୁ ନିଜକୁ ଦୂରେଇ ରଖିଛନ୍ତି । ଅନ୍ୟପଟେ ସାମ୍ନାକୁ ଆସିଛି ଆମେରିକାର ବୈଦେଶିକ ବ୍ୟାପାର ସମିତିର ଏକ ଟୁଇଟ୍ ।

ଆମେରିକାର ବୈଦେଶିକ ବ୍ୟାପାର ସମିତି ପାକ୍ ର ଗୁହାରି ଶୁଣି ତାକୁ ପରାମର୍ଶ ଦେଇଛି । ନିଜ ମାଟିରେ ଆତଙ୍କବାଦ ବିରୋଧରେ ଠିକଣା ପଦକ୍ଷେପ ନିଅ । ଇମ୍ରାନ ଖାନଙ୍କୁ ଆମେରିକାର ବୈଦେଶିକ ବ୍ୟାପାର ସମିତି କହିଛି ନିଜ ମାଟିରେ ପାକ୍ ଆତଙ୍କବାଦୀଙ୍କୁ ପାଳନ ନକରୁ । ଭାରତ ମାଟିରେ ଆତଙ୍କବାଦୀଙ୍କ ପ୍ରବେଶ ନକରାଉ । ସୀମାରେ ଅଶାନ୍ତି ସ୍ଥିତି ସୃଷ୍ଟି ନକରି ସାବଧାନତା ଅବଲମ୍ବନ କରୁ ପାକିସ୍ତାନ । ଖାସ୍ କରି ଦୁଇ ଦେଶ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା ପାର୍ କରି ଆତଙ୍କୀଙ୍କ ଅନୁପ୍ରବେଶ ନ କରାଉ ବୋଲି , ପାକିସ୍ତାନକୁ କଠୋର ପରାମର୍ଶ ଦେଇଛି ଆମେରିକା ବୈଦେଶିକ ବ୍ୟାପାର ସମିତି । ନିଜ ମାଟିରେ ଥିବା ଆତଙ୍କୀ ଠିକଣା ଗୁଡିକ ଉପରେ କଡା ଆକ୍ସନ ନେବାକୁ ଇମ୍ରାନଙ୍କୁ ପରାମର୍ଶ ଦେଇଛି ଆମେରିକା । ଏହା ସହିତ ଆମେରିକା ଏହା ମଧ୍ୟ କହିଛି , ଯେ ଭାରତ ବିଶ୍ୱର ସବୁଠାରୁ ବଡ ଗଣତାନ୍ତ୍ରିକ ଦେଶ । ଜମ୍ମୁ-କାଶ୍ମୀରରେ ନିଜ ନାଗରିକଙ୍କ ଅଧିକାରର ଭାରତ ଉଚିତ୍ ସୁରକ୍ଷା କରିପାରିବ ବୋଲି ଆମେରିକା ଆଶା କରିଛି । ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ ପରେ ଗତକାଲି ଭାରତ ଠାରୁ ସମସ୍ତ ବାଣିଜ୍ୟ ସଂପର୍କ ଛିନ୍ନ କରିଥିଲା । ଏହା ପରେ ଭାରତ ସହିତ ରହିଥିବା ୯ଟି ରୁ ୩ଟି ଆକାଶପଥକୁ ବନ୍ଦ କରିଦେଇଥିଲା । ଏପରି ଭାବେ ଦୁଇଦେଶ ମଧ୍ୟରେ କୂଟନୈତିକ ସ୍ଥିତି ବିଗିଡା ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଆମେରିକା , ପାକିସ୍ତାନକୁ ଆତଙ୍କବାଦ ବିରୋଧରେ କଠୋର ପଦକ୍ଷେପର ପରାମର୍ଶ ଦେଇଛି ।

loading...

Leave A Reply

Your email address will not be published.