Breaking

ଝିଅ ସହ ନାଚିଲେ ଧୋନୀ

0

ଲିଡ୍ସ,୭।୭:ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରବିବାର ନିଜର ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ବର୍ତ୍ତମାନ ଆଇସିସି ବିଶ୍ୱକପ ଖେଳିବା ପାଇଁ ଇଂଲଣ୍ଡରେ ଥିବା ଧୋନୀ ନିଜର ସହ-ଖେଳାଳି, ସ୍ତ୍ରୀ ସାକ୍ଷୀ ଓ ଝିଅ ଜିଭା ସହ ଜନ୍ମଦିନ ପାର୍ଟି କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଭାରତର ଦମ୍‌ଦାର ବିଜୟ ପରେ ଧୋନୀ ବିଳମ୍ବିତ ରାତିରେ କେକ୍‌ କାଟିଥିଲେ। ଏହାପରେ ସାଥୀ ଖେଳାଳି ଏବଂ ଜିଭା ସହ ମିଶି ଡ୍ୟାନ୍ସ କରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଏବଂ ଜିଭାଙ୍କୁ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଆଇସିସି ବିଶ୍ୱକପରେ ଭାରତ ପ୍ରଥମ ସ୍ଥାନରେ ରହି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଆନ୍ତା ୯ ତାରିଖରେ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ।

loading...

Leave A Reply

Your email address will not be published.