Breaking

କେନ୍ଦ୍ର ବଜେଟରେ ଓଡ଼ିଶାକୁ ୫୯୯୩ କୋଟି ଟଙ୍କା ଅନୁଦାନ

0

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ଓଡ଼ିଶାକୁ ୫୯୯୩ କୋଟି ଟଙ୍କା ମିଳିଛି। ଚଳିତ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟରେ ଏହା ୫୯୪୦ କୋଟି ଟଙ୍କା ଥିଲା। ଗତ ବର୍ଷ ଓଡ଼ିଶାର ରେଳ ପାଇଁ ୫୨୫୨ କୋଟି ଟଙ୍କା ମିଳିଥିଲା। ଓଡ଼ିଶାକୁ ମିଳିଥିବା ରେଳ ଅନୁଦାନ ଦ୍ୱାରା ଅନେକ ଗୁଡ଼ିକ ପ୍ରକଳ୍ପ କାମ ଆଗେଇବ। ଏଥିରେ ଯାତ୍ରୀ ପ୍ରତିକ୍ଷାଗାର, ରୋଡ ଓଭର ବ୍ରିଜ, ରୋଡ ଅଣ୍ଡର ବ୍ରିଜ, ବିଦ୍ୟୁତକରଣ ଆଦି ସାମିଲ ରହିଛି। ପାସେଞ୍ଜର ସୁବିଧା ପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ୫ଟି ନୂତନ ସର୍ଭେ ଘୋଷଣା ହେବ। ସେହିଭଳି ୨ଟି ସ୍ୱୟଂଚାଳିତ କୋଚ ଓ୍ଵାସିଂପ୍ଲାଣ୍ଟ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ।

ଓଡ଼ିଶା ପାଇଁ ରେଳ ବଜେଟରେ ବଘୁଆପାଲି ଠାରେ ଫ୍ଲାଏଓଭର ବ୍ରଜ୍‌ ନିର୍ମାଣ ହେବ। ରାଜଆଠଗଡ଼ରୁ କାଇପଦର ପର୍ଯ୍ୟନ୍ତ ସର୍ଭେ ହେବ। ଟିଟିଲାଗଡ଼, ସିଙ୍ଗାପୁର ରୋଡ, ହରିଦାସପୁର, କୋରାପୁଟ, ସମ୍ବଲପୁର, ମାଛପୁର, ଯାଜପୁରରୋଡ, ସମ୍ବଲପୁର ସିଟି, ସାରଳା ଓ ଗୋପାଳପୁର ଷ୍ଟେସନରେ ଫ୍ଲାଏଓଭର ନିର୍ମାଣ ହେବ।

loading...

Leave A Reply

Your email address will not be published.