Breaking

କ’ଣ ଦାନ କଲେ, କେଉଁ ସମସ୍ୟା ହୁଏ ଦୂର

0

ଦାନ କରିବା ଧର୍ମ ବୋଲି କୁହାଯାଏ । ଏହା ଦ୍ବାରା ଜୀବନର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ବିଶ୍ବାସ ରହିଛି । ଦାନ କରିବା ଦ୍ବାରା ଆୟୁଶ ବୃଦ୍ଧି ହେବା ସହ ସ୍ବାସ୍ଥ୍ୟ ଭଲ ରହିଥାଏ । ଜୀବନର ଅନ୍ୟ ସମସ୍ୟାରୁ ମୁକ୍ତି ପାଇଁ ମଧ୍ୟ ଦାନର ବିଶେଷ ମହତ୍ତ୍ବ ରହିଛି । ଗ୍ରହ ଦୋଷରୁ ମୁକ୍ତି ପାଇବା ପାଇଁ ଦାନ କରିବା ଲାଭ ଦାୟକ ବୋଲି ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି । ଅଲଗା ଅଲଗା ବସ୍ତୁ ଦାନ କରିବା ଦ୍ବାରା ଭିନ୍ନ ଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ । କିନ୍ତୁ ଭୁଲ ବସ୍ତୁ ଦାନ କରିବା ଦ୍ବାରା କ୍ଷତିକାରକ ହେବା ସହ ଖରାପ ପରିଣାମ ଭୋଗିବାକୁ ପଡିଥାଏ ।

ଡାଲି: ଡାଲି ଦାନ କରିବା ଦ୍ବାରା ଜୀବନରେ ଅନ୍ନର ଅଭାବ ରହିନଥାଏ ।

ଧାତୁ: ଧାତୁ ଦାନ କରିବା ଦ୍ବାରା ବିଶେଷ ଦଷା ଖଣ୍ଡନ ହୋଇଥାଏ । ଏହା ଦ୍ବାରା ବିପଦ ମଧ୍ୟ ଟଳିଥାଏ ।

ବସ୍ତ୍ର: ବସ୍ତ୍ର ଦାନ କରିବା ଦ୍ବାରା ଆର୍ଥିକ ସ୍ଥିତି ସର୍ବଦା ଉତ୍ତମ ରହିଥାଏ । ନିଜେ ଧାରଣ କରୁଥିବା ଭଳି ବସ୍ତ୍ର ଦାନ କରନ୍ତୁ । ପୁରୁଣା ବା ଚିରା ବସ୍ତ୍ର କଦାପି ଦାନ କରନ୍ତୁ ନାହିଁ ।

loading...

Leave A Reply

Your email address will not be published.