Breaking

ଏକମାତ୍ର ପୁଅ ସିଦ୍ଧାର୍ଥ ଆଉ ଏ ଦୁନିଆରେ ନାହିଁ, ପିତା ଏପର୍ଯ୍ୟନ୍ତ ଜାଣିନାହାନ୍ତି

0

ବେଙ୍ଗାଲୁରୁ, ୩୧।୭:‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ କନର୍ର୍ାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁକୁ ନେଇ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଏପର୍ଯ୍ୟନ୍ତ ତାଙ୍କ ପିତା ଜାଣିନାହାନ୍ତି ବୋଲି ପରିବାର ଲୋକେ କହିଛନ୍ତି। ୯୬ବର୍ଷୀୟ ଗଙ୍ଗୈୟା ହେଗେଡଙ୍କ ଏକମାତ୍ର ପୁଅ ଥିଲେ ସିଦ୍ଧାର୍ଥ। ୧୫ ଦିନ ତଳେ ଗୁରୁତର ଅସୁସ୍ଥ ହୋଇ ଗଙ୍ଗୈୟା ମହୀଶୂରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ଶେଷଥର ପାଇଁ ସେ ପୁଅକୁ ଦେଖିଥିଲେ। ସିଦ୍ଧାର୍ଥ ମଧ୍ୟ ପିତାଙ୍କୁ ସେଦିନ କୋଳାଗ୍ରତ କରି ଖୁବ୍‌ ଜୋରରେ କାନ୍ଦିଥିଲେ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି। ସେବେଠୁ ଗଙ୍ଗୈୟା କୋମାରେ ଅଛନ୍ତି। ସିଦ୍ଧାର୍ଥଙ୍କ ମା’ ବାସନ୍ତୀ ହେଗେଡ ନିଜ ଗ୍ରାମ ଚିଥନହଲିରେ ଅଛନ୍ତି। ସୂଚନାଯୋଗ୍ୟ, ବ୍ୟବସାୟରେ କ୍ଷତି ହେଉଥିବାବେଳେ ବାରମ୍ବାର ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟର ଚଢାଉ ଯୋଗୁ ଏଭଳି ନିଷ୍ପତ୍ତି ନେଇଥିବା କଥା ସିଦ୍ଧାର୍ଥ ନିଜ ଶେଷ ଚିଠିରେ ଲେଖିଛନ୍ତି

loading...

Leave A Reply

Your email address will not be published.