Breaking

ଉଡାଣରେ ଆଉ ବାଧା ଦେବନି ଖରାପ ପାଗ

0

ଝାରସୁଗୁଡା,୭ ।୭(ଓଡିଶା ଭାସ୍କର): ଝାରସୁଗୁଡାରେ ଖରାପ ପାଗ ଯୋଗୁଁ ଏଣିକି ବିମାନ ଉଡାଣ ବାତିଲ ହେବ ନାହିଁ । ଏନେଇ ଟ୍ୱିଟରରେ ବେସାମରିକ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ଯେ, ‘ଝାରସୁଗୁଡା ବିମାନବନ୍ଦରରେ ଇନଷ୍ଟୁମେଣ୍ଟାଲ ଲ୍ୟାଣ୍ଡିଂ ସିଷ୍ଟମ୍-LS ଲଗାଯିବ । ରନ୍ ୱେରେ ଆଏଲଏସ ଲାଗିଲେ ବିମାନ ପାଇଁ ଅଡୁଆ ହେବନି ଖରାପ ପାଗ ।’

ତେବେ ପୂର୍ବରୁ ଖରାପ ପାଗ ଯୋଗୁଁ ଝାରସୁଗୁଡାରେ ବାରମ୍ବାର ବିମାନ ଉଡାଣ ବାତିଲ ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ ବେସାମରିକ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ସିଷ୍ଟମର ବ୍ୟବହାର କରାଯାଇଛି ।

loading...

Leave A Reply

Your email address will not be published.