Breaking

ଇସ୍ରାଏଲ୍‌ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍‌: ସରକାର ଜାରି କଲେ ସତର୍କ ସୂଚନା

0

ଜେରୁଜେଲମ୍‌,୭।୭: ଇସ୍ରାଏଲ୍‌ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍‌ ଜମା ହେବାରେ ଲାଗିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ ପ୍ରତିବର୍ଷ ଜେଲି ଫିଶ୍‌ ଦଂଶନରେ ଲୋକଙ୍କର ମୃତ୍ୟୁ ଘଟିଥାଏ। ସମୁଦ୍ର କୂଳରେ ଜେଲି ଫିଶ୍‌ ଜମା ହେବାରୁ ପର୍ଯ୍ୟଟକମାନେ ଏଠାକୁ ଆସିବାକୁ ଅମଙ୍ଗ ହେଉଛନ୍ତି। ଫଳରେ ଏଠାକାର ପର୍ଯ୍ୟଟନ ଶିଳ୍ପର ଆର୍ଥତ୍କ କ୍ଷତି ହେବାରେ ଲାଗିଛି। ଏହା ସହିତ ମାଛଧରିବାରେ ମଧ୍ୟ ବାଧା ପହଞ୍ଚୁଥିବା କୁହାଯାଉଛି। ପ୍ରତିବର୍ଷ ପୃଥିବୀରେ ୧୫ କୋଟି ପର୍ଯ୍ୟଟକ ଜେଲି ଫିଶ୍‌ ଦଂଶନର ଶୀକାର ହୋଇଥାନ୍ତି। ଫିଲିପାଇନ୍ସ୍‌ରେ ପ୍ରତି ବର୍ଷ ହାରାହାରି ୧୫୦ରୁ ଅଧିକ ଲୋକଙ୍କର ଜେଲି ଫିଶ୍‌ ଦଂଶନରେ ମୃତ୍ୟ ଘଟିଥାଏ। ସେହିଭଳି ସ୍ବିଡେନ୍‌ ଏବଂ ସ୍କଟ୍‌ଲାଣ୍ଡ୍‌ରେ ଏହାଯୋଗୁ ପର୍ଯ୍ୟଟନ ଶିଳ୍ପର କ୍ଷତି ହୋଇଥାଏ। ୨୦୧୮-୧୯ରେ ଜେଲି ଫିଶ୍‌ ଯୋଗୁ ଅଷ୍ଟ୍ରେଲିଆର ୧୮ଟି ସମୁଦ୍ର କୂଳକୁ ବନ୍ଦ କରି ଦିଆଯାଇଛି। ସୂଚନାଯୋଗ୍ୟ, ଜେଲି ଫିଶ୍‌ ୫୦ କୋଟି ବର୍ଷ ତଳେ ସୃଷ୍ଟି ହୋଇଥିଲା। ଏହାର ଦଂଶନରେ ଉତ୍କଟ ବିଷ ମନୁଷ୍ୟ ଶରୀରକୁ ଯାଇଥାଏ। ଉପଯୁକ୍ତ ଚିକିତ୍ସା କରା ନ ଗଲେ କେତେକ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ।

loading...

Leave A Reply

Your email address will not be published.