Breaking

କଟକରେ ଏନକାଉଣ୍ଟର ! ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ଚିକୁ ଆହତ

0

କଟକ:କଟକରେ ଏନକାଉଣ୍ଟର ହୋଇଛି। ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ଅନିଲ ବେହେରା ଓରଫ ଚିକୁ ଆହତ ହୋଇଛି। ମିଳିଥିବା ସୂଚନା ଅନୁସାରେ କଟକ ସହରର ପୁରୀଘାଟ ଅଞ୍ଚଳରେ ଅନିଲ ଥିବା ବେଳେ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ନିଜର ଟିମ୍‌ ସହିତ ଘଟଣାସ୍ଥଳକୁ ପହଞ୍ଚି ଅନିଲ ଉପରକୁ ଅଚାନକ ଏନ୍‌କାଉଣ୍ଟର କରିଥିଲା। ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ବୁଲେଟ ଗୁଳି ଜବତ ହୋଇଛି। ଆହତ ଅନିଲକୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

loading...

Leave A Reply

Your email address will not be published.