Breaking

ଆଉ ହେବନି ଦ୍ଵିତୀୟ କୋଭିଡ୍ ପରୀକ୍ଷା

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଏବେ କୋଭିଡ୍ ରୋଗୀ ସୁସ୍ଥ ହେବା ପରେ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ଦିଆଯିବ। ପୂର୍ବରୁ କୋଭିଡ୍ ରୋଗୀ ଡାକ୍ତରଖାନା ରେ ଚିକିତ୍ସିତ ହେବା ପରେ ପୁଣି ତାଙ୍କର କୋଭିଡ୍ ପରୀକ୍ଷା କରାଯାଉଥିଲା। ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ତାଙ୍କୁ ଘରକୁ ଯିବାକୁ ଅନୁମତି ମିଳୁଥିଲା। କିନ୍ତୁ ଏବେ ଏହି ନିଷ୍ପତ୍ତି ରେ ପରିବର୍ତ୍ତନ କରାଯାଇଛି। ସୁସ୍ଥ ହେବା ପରେ ଦ୍ଵିତୀୟ ଥର ଆଉ କୋଭିଡ୍ ପରୀକ୍ଷା ହେବ ନାହିଁ। ଏ ନେଇ ଭିମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଏହି ନିୟମ କେବଳ ବୁର୍ଲା ଭିମସାର ଡାକ୍ତରଖାନା ରେ ଲାଗୁହୋଇଛି। ତେବେ ଉକ୍ତ ରୋଗୀ ଯଦି ପୁନଶ୍ଚ କୌଣସି ଅସୁସ୍ଥତା ଅନୁଭବ କରି ଡାକ୍ତରଖାନା ଆସନ୍ତି ତେବେ ତାଙ୍କର କୋଭିଡ୍ ପରୀକ୍ଷା ପ୍ରକ୍ରିୟା ଅନୁସରଣ କରାଯିବ ବୋଲି ସୂଚନା ମିଳିଛି।

loading...

Leave A Reply

Your email address will not be published.