Breaking

ବଲିଉଡ଼୍ ପାଇଁ କଳାଦିନ ! ନିରବିଗଲେ ଭେଟେରାନ୍ ଅଭିନେତା ଋଷି କପୁର

0

ମୁମ୍ବାଇ:ହିନ୍ଦୀ ଚଳଚ୍ଚିତ୍ର ଜଗତ୍‌ର କିଂବଦନ୍ତି ଅଭିନେତା ଋଷି କପୁର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତ। ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମୁମ୍ବାଇ ସ୍ଥିତ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆମେରିକାରେ କର୍କଟ ରୋଗ ଚିକିତ୍ସା କରାଇବା ପରେ ଗତବର୍ଷ ସେପ୍ଟେମ୍ବରରେ ଭାରତ ଫେରିଥିଲେ । ବୁଧବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୬୭ ବର୍ଷୀୟ ଋଷି କପୁର କର୍କଟ ରୋଗରେ ପୀଡିତ ଥିବା ସହ ଶ୍ୱାସକ୍ରିୟା ଜନିତ ଅସୁବିଧାର ଭୋଗୁଥିଲେ । ୨୦୧୮ରେ ଋଷି କପୁରଙ୍କୁ କର୍କଟ ରୋଗ ହୋଇଥିଲା । ଏହା ପରେ ତାଙ୍କୁ ନ୍ୟୁୟର୍କ ୮ ମାସ ଚିକିତ୍ସା କରାଯାଇଥିଲ।।
ସୂଚନା ଥାଉକି ଗତକାଲି ଅଭିନେତା ଇରଫାନ୍ ଖାନଙ୍କ ୬୩ ବର୍ଷ ବୟସରେ ପରଲୋକ ଘଟିଥିଲା।ଯାହା ବଲିଉଡ୍ ପାଇଁ କଳାଦିନ।

loading...

Leave A Reply

Your email address will not be published.