Breaking

ଆମେରିକା ନିର୍ବାଚନ ରେ ମହକାଶରୁ ଭୋଟ ଦେଲେ ମହକାଶଯାତ୍ରୀ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ଆମେରିକାରେ ଚାଲିଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାକାଶରୁ ଭୋଟ ଦେଲେ କେଟ୍ ରୁବିନ। ପୃଥିବୀ ପୃଷ୍ଠରୁ ୪୦୮କିମି ଉଚ୍ଚରେ ନାସାର ଇଣ୍ଟରନେସନାଲ ସ୍ପେସ ଷ୍ଟେସନ ରୁ ନିଜର ଭୋଟ ଦାଖଲ କଲେ ରୁବିନ୍। ନାସା ର ଟୁଇଟର ଆକାଉଣ୍ଟ୍ ରେ ମହାକାଶରେ ଥିବା ରୁବିନ୍ ଙ୍କ ଫଟୋ ସହ ଏ ନେଇ ଟୁଇଟ କରାଯାଇଥିଲା।
ଅନୁପସ୍ଥିତି ଭୋଟ ଜରିଆରେ ନିଜ ଭୋଟ ଦେବାକୁ ସକ୍ଷମ ହୋଇଥିଲେ ଏହି ମହାକାଶଚାରୀ ଜଣଙ୍କ। ତେବେ ପୂର୍ବ ୨୦୧୬ ନିର୍ବାଚନରେ ମଧ୍ୟ ସେ ମହାକାଶରେ ଥାଇ ନିଜ ଭୋଟ ଦାଖଲ କରିଥିଲେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଗତ ନଭେମ୍ବର ୩ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବିଡେନ୍ ଙ୍କ ମଧ୍ୟରେ ଏହି ନିର୍ବାଚନ ମୁକାବିଲା ହେଉଥିବା ବେଳେ ବିଡେନ୍ ଟ୍ରମ୍ପ୍ ଙ୍କ ଠାରୁ ଆଗୁଆ ରହିଥିବା ଜଣା ପଡ଼ିଛି।

loading...

Leave A Reply

Your email address will not be published.