ପେଟ୍ରୋଲ,ଡିଜେଲ ବଦଳରେ ସିଏନଜି ବ୍ୟବହାର କଲେ ଅଟୋ ଏବଂ ଟ୍ୟାକ୍ସି ଚାଳକଙ୍କ ପରିବାର ଲାଭବାନ ହେବେ- ଧର୍ମେନ୍ଦ୍ର ପ୍ରଧାନ

0 12

ଭୁବନେଶ୍ୱର:ମୋଦୀ ସରକାର କ୍ଷମତାକୁ ଆସିବା ପରେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିବର୍ତନ କରିବା ପାଇଁ ଯୋଜନାକୁ କାର୍ୟ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନେଇଛନ୍ତି ଓ ଓଡିଶା ଭଳି ରାଜ୍ୟ ଏହାର ବଡ ଲାଭାର୍ଥୀ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ମବୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରଠାରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ନିଲାମ ପ୍ରକ୍ରିୟାର ନବମ ରାଉଣ୍ଡ ଭୁବନେଶ୍ୱର ରୋଡ ସୋ ଆୟୋଜନ ଅବସରରେ ଏକାଠି ହୋଇଥିବା ନିଲାମୀ ପ୍ରକ୍ରିୟାରେଅଂଶଗ୍ରହଣକାରୀ ଓ ସମବେତ ଜନତାକୁ ଉଦବୋଧନ ଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭୁବନେଶ୍ୱର ସହରରେ ପାଇପ ଯୋଗେ ସିଟି ଗ୍ୟାସ ପ୍ରକଳ୍ପ ଆରମ୍ଭ ହୋଇ ସାରିଥିବା ବେଳେ କଟକରେ ଏହା ଶୀଘ୍ର କାର୍ୟ୍ୟକାରୀ ହେବ । ଭୁବନେଶ୍ୱରରେ ସିଏନଜି ଷ୍ଟେସନ ଖୋଲି ସାରିଥିବା ବେଳେ କଟକରେ ଏହା ଆଜି ଠାରୁ ଏହା ଦୁଇଟି ଷ୍ଟେସନରେ ଆରମ୍ଭ ହେବ । ଓଡିଶା ଭଳି ରାଜ୍ୟରେ ଏବେ ଗ୍ୟାସ ଉତ୍ପାଦନ ହେଉ ନ ଥିଲେ ମଧ୍ୟ ସମୁଦ୍ର ଭିତରୁ ପ୍ରାକୃତିକ ଗ୍ୟାସ ଖୁବ ଶୀଘ୍ର ଆସିବ । ତାଳଚେର ଠାରେ କୋଇଲାରୁ ଗ୍ୟାସ ଉତ୍ପାଦନ କାର୍ୟ୍ୟ ଗେଲ ଆରମ୍ଭ କରିଛି । ପେଟକୋକ ଓ କୋଇଲା ମିଶାଇ ଇଣ୍ଡିଆନ ଅଏଲ ସିନ୍ଥେଟିକ ଗ୍ୟାସ ଉତ୍ପାଦନ କରୁଛି । ବିଶ୍ୱ ବଜାରରୁ ଧାମରା ବନ୍ଦରକୁ ଏଲଏନଜିର ବଡ ଜାହାଜ ଆସୁଛି । ଓଡିଶାରେ ଏଲଏନଜି ଟର୍ମିନାଲ ଓ ମୂଳ ଗ୍ୟାସ ପାଇପଲାଇନ ସହ ଉପ ପାଇପ ଲାଇନ ଯୋଗେ ସିଟି ଗ୍ୟାସ ନେଟୱାର୍କ ତିଆରି କରା ଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ୧୯ଟି ଜିଲ୍ଲା ଯାହା ରାଜ୍ୟର ୬୦ ଭାଗ ଭୌଗଳିକ ସୀମା ଓ ୮୫ ପ୍ରତିଶତ ଲୋକଙ୍କର ବାସସ୍ଥଳୀ ଏହାର ସହରାଂଚଳ ଗୁଡିକରେ ପାଇପ ଯୋଗେ ଗ୍ୟାସ ପହଂଚା ଯିବ । ଜଣେ ସାଧାରଣ ଅଟୋ ଚାଳକ ପେଟ୍ରୋଲ, ଡିଜେଲ ବଦଳରେ ସିଏନଜି ବ୍ୟବହାର କଲେ ଦିନକୁ ୨ ଶହ ଟଙ୍କା ପର୍ୟ୍ୟନ୍ତ ଇନ୍ଧନ ଖର୍ଚ୍ଚ କମ ହେବ । ଟ୍ୟାକ୍ସି ଚାଳକ ଓ କାର ଚଳାଉଥିବା ମଧ୍ୟମ ବର୍ଗୀୟ ଲୋକ ମାନଙ୍କୁ ଆର୍ଥିକ ଫାଇଦା ମିଳିବ । ପୂର୍ବରୁ ଏଥିରେ ଅର୍ଥ ବିନିଯୋଗକାରୀ ମାନେ ୱେବସାଇଟ ଓ ଦିଲ୍ଲୀରେ ଯୋଗାଯୋଗ କରୁଥିବା ବେଳେଏଥିରେ ଅର୍ଥ ଲଗାଣକାରୀ ମାନଙ୍କ ପାଇଁ ସୁବନ୍ଦୋବସ୍ତ ସହ ସିଧା ସିଧା ସେମାନଙ୍କ ସହିତ ସଂଯୋଗ ସ୍ଥାପନ କରା ଯାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ମୋଦି ସରକାରଙ୍କର ତ୍ୱରିତ କ୍ରିୟାନ୍ୱୟନ ପାଇଁ ସ୍ୱାଧୀନତାର ୭୦ ବର୍ଷରେ ୧୧ ପ୍ରତିଶତ ଅଂଚଳରେ ଗ୍ୟାସ ନେଟବାର୍କ ପହଂଚି ଥିବା ବେଳେ ଗତ ଚାରି ବର୍ଷର ଯୋଜନା ଓ ୫-୭ ମାସର ଦୃଢ କ୍ରିୟାନ୍ୱୟନ ଯୋଗୁ ଦେଶର ୫୦ ଭାଗ ଅଂଚଳକୁ ଗ୍ୟାସ ଯୋଗେ ଯୋଡା ଯାଇ ମୋଦି ସରକାର ଅର୍ଥନୈତିକ ବିକାଶରେ ଏକ ସଫଳ ଦାୟିତ୍ୱ ନେଇଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.