Breaking

ହେବନାହିଁ ୟୁନିଭରସିଟି ପରୀକ୍ଷା

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

କରୋନା ମହାମାରୀ ସମୟରେ ଶ୍ରେଣୀଗୃହ ପାଠ୍ୟକ୍ରମ ହୋଇନଥିବାରୁ ଚଳିତ ବର୍ଷ ୟୁଜି ଏବଂ ପିଜି ପରୀକ୍ଷା ନ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ଵବିଦ୍ୟାଳୟ କୁଳପତି ମାନଙ୍କୁ ଚିଠି ଲେଖା ଯାଇଛି।
ଅନଲାଇନ୍ ରେ ପାଠପଢ଼ା ହେଉଥିବା ବେଳେ ସବୁ ପିଲା ଆବଶ୍ୟକ ସୁବିଧା ପାଇ ପାରିନଥିବା ହେତୁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କଲେଜ୍ ଖୋଲିବା ପରେ ସାମାନ୍ୟ ଭାବେ ପାଠ୍ୟକ୍ରମ ଆରମ୍ଭ ହେବା ପରେ ହିଁ ପରୀକ୍ଷା କରାଯାଇ ପାରିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

loading...

Leave A Reply

Your email address will not be published.