Breaking

ଦୋହଲିଲା ତୁର୍କୀ

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

ତୁର୍କୀ ରେ ଏକ ଶକ୍ତିଶାଳୀ ଭୂକମ୍ପ ରେ ଦୋହଲି ଯାଇଛି ସହର। ଇଜମିର୍ ସହର ଠାରୁ ୧୭ କିଲୋମିଟର ଦୂର ଆଞ୍ଜିଆନ୍ ସମୁଦ୍ରରେ ଭୂକମ୍ପର କେନ୍ଦ୍ରସ୍ଥଳ । ଭୂମିକମ୍ପ ପରେ ପରେ ସୁନାମୀ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭ ରହିଥିବା କୁହାଯାଉଛି । ଅନେକ କୋଠାବାଡ଼ି ଭୁଶୁଢ଼ି ଯାଇଛି । ପ୍ରାଥମିକ ସୂଚନା ଅନୁୟାୟୀ ତୁର୍କୀରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଭଙ୍ଗା କୋଠା ତଳେ ଅନେକ ଫସି ରହିଛନ୍ତି । ଶତାଧିକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପାଖାପାଖି ୧୨୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

loading...

Leave A Reply

Your email address will not be published.