Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୨୯ ଅକ୍ଟୋବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ

0

ମେଷ: ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହୋଇଯିବ। ନିକଟ ସଂପର୍କୀୟଙ୍କ ମାଧ୍ୟମରେ ଫାଇଦା ହେବ। ନୂଆ ଘର କିଣିବା ଲାଗି ବିଚାର କରିବେ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। କ୍ୟାରିୟରକୁ ନେଇ କୌଣସି ବଡ଼ ଫଇସଲା ନେଇପାରନ୍ତି।

ବୃଷ: ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ। ଧନ ଉପାର୍ଜନରେ ଲାଗି ରହିବେ। କଳାକାରଙ୍କୁ ଫିଲ୍ମର ପ୍ରସ୍ତାବ ମିଳିବ। ଅଫିସରେ ଆପଣଙ୍କ ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ।

ମିଥୁନ: ଆପଣଙ୍କ ମନୋବଳ ଦୃଢ଼ ରହିବ। ମିତ୍ରଙ୍କ ସହାୟତାରେ ଜରୁରୀ କାମ ପୂରା ହୋଇଯିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଉଚ୍ଚପଦ ମିଳିପାରେ। ଛାତ୍ରଙ୍କୁ ଆଜି କମ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ।

କର୍କଟ: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ଅଫିସରେ କୌଣସି ବିଶେଷ କାମ ପାଇଁ ଆପଣଙ୍କୁ ଡାକରା ମିଳିବ। ପ୍ରେମ ପ୍ରସଙ୍ଗ ଲାଗି ଦିନଟି ଭଲ।

ସିଂହ: ଜୀବନରେ ଉତ୍‌ଥାନ-ପତନ ଦେଇ ଗତି କରିବେ। ବ୍ୟବସାୟ ଠିକ୍‌ ଢଙ୍ଗର ପରିଚାଳନା କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ରାସ୍ତାରେ ଯିବା ସମୟରେ ଟ୍ରାଫିକ ନିୟମ ମାନନ୍ତୁ। ରାଜନୀତିରେ ପରିଧି ବଢ଼ିବ।

କନ୍ୟା: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାର ଦିନଟିଏ। କ୍ୟାରିୟର ଗଢ଼ିବା ଲାଗି ଭଲ ପ୍ରସ୍ତାବ ପାଇବେ। କର୍ମଚାରୀଙ୍କୁ ଧନଲାଭ ହୋଇପାରେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ।

ତୁଳା: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଝଗଡ଼ାକୁ ସମାପ୍ତ କରିବାକୁ ଚେଷ୍ଟା କରିବେ ଏବଂ ସଫଳ ହେବେ। ଯୁବକଙ୍କ ଲାଗି ଉନ୍ନତିର ନୂଆ ରାସ୍ତା ଖୋଲିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।

ବିଛା: ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। କ୍ୟାରିୟରକୁ ନେଇ କୌଣସି ଫଇସଲା ନେଇପାରନ୍ତି। ବ୍ୟବସାୟରେ ଆଶା ଠୁଁ ଅଧିକ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।

ଧନୁ: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ପର୍ଯ୍ୟାପ୍ତ ଧନ ମିଳିବାର ଯୋଗ ରହିଛି। କାହାରି ସହିତ କଥା କହିବା ବେଳେ ଭାବିଚିନ୍ତି କଥା କୁହନ୍ତୁ। ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ

ମକର: ସୁଖ ସୌଭାଗ୍ୟ ବୃଦ୍ଧି ହେବ। ନୂଆ ଅନୁବନ୍ଧ ପାଇଁ ଭଲ ସମୟ। ପୁରୁଣା ଜମିରୁ ଧନଲାଭ ହେବ। ଗଣମାଧ୍ୟମ ଓ ସଂଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କର ପ୍ରଗତି ହେବ। ପଢ଼ାଲେଖାରେ ସାଥୀଙ୍କ ସହଯୋଗ ମିଳିବ।

କୁମ୍ଭ: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ସନ୍ତାନଙ୍କ ସଫଳତାରୁ ମନ ଖୁସି ରହିବ। ଅଫିସ କାମରେ ଜିଲ୍ଲା ବାହାରକୁ ଯାଇପାରନ୍ତି। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ।

ମୀନ: ଅଫିସରେ କୌଣସି ସମସ୍ୟାର ସମାଧାନ ହେବ। ପଇସା ଉପାର୍ଜନ ଲାଗି ଦିମାକରେ ନୂଆ ବିଚାର ଆସିବ। ବିଦ୍ୟୁତ୍‌ ଉପକରଣ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ପ୍ରେମ ଓ ରୋମାନ୍‌ସ ପାଇଁ ଦିନଟି ଭଲ।

loading...

Leave A Reply

Your email address will not be published.