Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୨୨ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ମାଲି ମୋକଦ୍ଦମାରେ ବିଜୟୀ ହେବେ

0

ମେଷ: ଦୂରବନ୍ଧୁଙ୍କ ସାକ୍ଷାତ ପାଇ ଖୁସି ହେବେ। ମନରେ ଉଦ୍‍ବେଗ ଜାତ ହୋଇପାରେ। ଭାଗ୍ୟଶଳୀ ହୋଇପାରନ୍ତି। ସହଦଶୀଳ ଓ ଶାନ୍ତିପ୍ରିୟ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଉଦାର ବିଦ୍ୟାପ୍ରେମୀ ହେବେ।

ବୃଷ: ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆୟ ଅଶାନୁରୂପ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ପାରଙ୍ଗମ ହେବେ। ମାଲି ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ।

ମିଥୁନ: ଲାଗି ରହିଥିବା ବିବାଦ ନିର୍ବିଘ୍ନରେ ସମାଧାନ ହେବ। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା କଫରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଏକାନ୍ତ ପ୍ରିୟ ଓ ମଧୁରଭାଷୀ ହେବେ। ନୀତିନିଷ୍ଠ ଓ ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି।

କର୍କଟ: ଅଯଥା ବ୍ୟୟ ହେବ। କ୍ଷତିରେ ପଡ଼ିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭର ସୂଚନା ମିଳୁଛି। ସଫଳତା ମିଳିବ।

ସିଂହ: ସରକାରୀ ଅନୁଦାନ ମିଳିପାରେ। ପରିବାରର ଶ୍ରେଷ୍ଠ ବ୍ୟକ୍ତିଭାବେ ବିବେଚିତ ହୋଇପାରନ୍ତି। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପରିବାର ପ୍ରତି ସ୍ନେହ ଶ୍ରଦ୍ଧା ଅତୁଟ ରହିବ।

କନ୍ୟା: ସେବା ମୂଳକ ମନୋଭାବ ଗ୍ରହଣ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ପ୍ରବାସପ୍ରିୟ, ବିଦ୍ୱାନ ଓ ସାହସୀ ହୋଇପାରନ୍ତି।

ତୁଳା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ସର୍ଦି କଫ ଜନିତ ପୀଡ଼ା ଉପୁଜି ପାରେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚସ୍ଥାନ ଆରୋହଣ, ଯାନବାହନ ଓ ଜଳଯାତ୍ରାରେ ସତର୍କ ହେବେ।

ବିଛା:ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ପାଇବେ। ମିତ୍ରମାନଙ୍କ ସାନ୍ନିଧ୍ୟ ପାଇ ଆନନ୍ଦ ଅନୁଭବ କରିପାରନ୍ତି। ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ପାରଙ୍ଗମ ହେବେ। ବ୍ୟବସାୟ ଭଲରେ ଚାଲିବ। ସମାଜ ସେବାରେ ଆଗ୍ରହୀ ହେବେ।

ଧନୁ: ନିର୍ଭୟରେ ନିଜ କାର୍ଯ୍ୟରେ ଆଗେଇବେ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବଳଶାଳୀ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବିଜୟୀ ହେବେ।

ମକର: ବିଚାର ଧାରା ଠିକ୍‍ ରହିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରେ ପ୍ରଚୁର ଲାଭ ହେବ। ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ଧର୍ମ ପରାୟଣ ହେବେ।

କୁମ୍ଭ: ଉଦାର ପ୍ରକୃତିର ହୋଇପାରନ୍ତି। ଦାନଶୀଳ ହେବେ। ପରଦୁଃଖରେ ଦୁଃଖ ଅନୁଭବ କରିବେ। ଶୋଭନ ବ୍ୟକ୍ତିତ୍ୱର ପରାକାଷ୍ଠା ପ୍ରତିପାଦନ କରି ସମସ୍ତଙ୍କର ଆସ୍ଥାଭାଜନ ହେବେ। କୃଷି କର୍ମକାରୀ ଓ ବୁଦ୍ଧିମାନ ହେବେ।

ମୀନ: ଦୁଷ୍ଟ ଦଳନ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ପ୍ରସନ୍ନ ଚିତ୍ତଯୁକ୍ତ ହେବେ। ଆସ୍ତିକ ସ୍ୱଭାବର ହେବେ। ସ୍ନେହପୂର୍ଣ୍ଣ କଥାରେ ଅନ୍ୟକୁ ଆପଣାର କରିପାରନ୍ତି। କଫରେ ପୀଡ଼ିତ ହେବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ବୃଦ୍ଧି ହେବ।

loading...

Leave A Reply

Your email address will not be published.