Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୨୧ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରା ମନା

0

ମେଷ: ପାରିବାରିକ ବୁଝାମଣା ଠିକ୍‍ ରହିବ। ଶତ୍ରୁ ନାଶ କରି ଆଶ୍ୱସ୍ତି ମିଳିବ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଦୁଶ୍ଚିନ୍ତା ଦୂର ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ବୃଷ: ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯଶ ଅର୍ଜନ ସହିତ ସମୃଦ୍ଧି ହେବ।

ମିଥୁନ: ନୂତନ ସମସ୍ୟାରେ ଜଡ଼ିତ ହୋଇପାରନ୍ତି। କଳହରୁ ନିବୃତ୍ତି ଯିବ। ଆପଣଙ୍କ ପକ୍ଷେ ଭଲ ହେବ। ଆୟ ଯଥେଷ୍ଟ ହେଲେ ମଧ୍ୟ ଅର୍ଥ ଚିନ୍ତା ଲାଗି ରହିବ। ପାରିବାରିକ ଦାୟିତ୍ୱ ବଢ଼ିଯିବ। ସର୍ବାଙ୍ଗୀଣ ଉନ୍ନତି ହେବ।

କର୍କଟ: କାର୍ଯ୍ୟାଧାରା ଶୃଙ୍ଖଳିତ ହେବ। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ପାରିପାରିକ ସୁଖ ସମୃଦ୍ଧି ଅବ୍ୟାହତ ରହିବ। ଅର୍ଥ ପ୍ରାପ୍ତିର ସୁବର୍ଣ୍ଣ ସୁଯୋଗ ଅଛି। ବିବାଦ ଓ ପ୍ରତିଯୋଗିତାରେ ବିଜୟୀ ହେବେ।

ସିଂହ: ଅତିଥି ସତ୍କାର ପାଇଁ କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ସ୍ୱାଧୀନ ଚିନ୍ତାଧାରାରେ କାର୍ଯ୍ୟ କରିବା କଷ୍ଟସାଧ୍ୟ ହେବ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ବ୍ୟୟ ବୃଦ୍ଧି ସହିତ ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି।

କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ପରିମାଣ ବୃଦ୍ଧି ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ହର୍ଷ ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ।

ତୁଳା: ଅଯଥା ବିବାଦରେ ଜଡ଼ିତ ନ ହେବା ଭଲ। ସ୍ୱାଭିମାନୀ ହୋଇପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ନୂଆ ସମସ୍ୟା ଦେଖା ଦେଇପାରେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ମଧୁର ସମ୍ଭାଷଣରେ ଜନତାଙ୍କ ମନ ମୋହିବେ।

ବିଛା: ଉପବାସ ରହି ସମୟ ଅତିବାହିତ କରିବାକୁ ଉଚିତ୍‍ ମଣିବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ଜନପ୍ରିୟ ହୋଇପାରନ୍ତି। ହର୍ଷ ଉଲ୍ଲାସରେ ଦିନ ବିତିବ। ଅର୍ଥାଗମ ହେବ।

ଧନୁ: ଯାତ୍ରା ସଫଳ ହେବ। ଶ୍ରମ ସାର୍ଥକ ହେବ। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ସର୍ବ ମଙ୍ଗଳ ଆଶା କରାଯାଏ। କର୍ମ ତତ୍ପରତା ପ୍ରକାଶ ପାଇବ। ଯଶସ୍ୱୀ ହେବେ। ବ୍ୟବସାୟ ଲାଭଜନକ ହେବ। କୀର୍ତ୍ତିମାନ ହୋଇପାରନ୍ତି।

ମକର: କାର୍ଯ୍ୟରେ ଲଗାଇବା ପାଇଁ ଉପକରଣ ସଂଗ୍ରହ କରିପାରନ୍ତି। ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ। ପରୋପକାରରେ ଅଧିକ ବ୍ୟୟ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ସମୟ ବିତାଇବେ।

କୁମ୍ଭ: ଈର୍ଷା ପରିତ୍ୟାଗ କରି ସ୍ଥିର ଓ ସରଳ ସ୍ୱଭାବର ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରା ମନା।

ମୀନ: କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବନ୍ଧୁ ସହାୟତା ପାଇ କାର୍ଯ୍ୟ ହାସଲ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରି ସୁଖୀ ହେବେ। ପତ୍ନୀଙ୍କ ସହାୟତା ମିଳିବ। ଉତ୍ତମ ଗୃହରେ ବାସ କରିବେ।

loading...

Leave A Reply

Your email address will not be published.