Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୧୭ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଚାକିରି ତଲାସରେ ଥିବା ବ୍ୟକ୍ତି ଶୁଭ ଖବର ପାଇବେ

0

ମେଷ: ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ଆପଣଙ୍କ କାମର ପ୍ରଶଂସା ହେବ। ଉଚ୍ଚ କର୍ତ୍ତୃପକ୍ଷ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢ଼ିପାରେ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବେ।

ବୃଷ: ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆପଣଙ୍କ କାମକୁ ଉଚ୍ଚାଧିକାରୀ ପ୍ରଶଂସା କରିବେ। ବ୍ୟବସାୟ ବୃଦ୍ଧି ଲାଗି ବନ୍ଧୁ ଆପଣଙ୍କୁ ସହଯୋଗ କରିବେ।

ମିଥୁନ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଭାବିଥିବା କାମ ସହଜରେ ପୂରା ହୋଇଯିବ। ଆପଣ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କ ଜୀବନରେ ମଧୁର ସଂପର୍କ ଆରମ୍ଭ ହେବ।

କର୍କଟ: ଯୋଜନା ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ। କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବେ ଏବଂ ସଫଳ ହେବେ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ।

ସିଂହ: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ଯେଉଁ କାମ କରିବେ ସଫଳତା ପାଇବେ। ଚାଷୀଙ୍କୁ କିଛି ଲାଭ ହୋଇପାରେ। ବ୍ୟବସାୟ ପୂର୍ବପରି ରହିବ। ମହିଳାମାନେ ଜୀବନରେ ଆଗକୁ ଅଗ୍ରସର ହେବେ।

କନ୍ୟା: ଆପଣଙ୍କ ନମ୍ର ସ୍ୱଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଆପଣଙ୍କ କାମରୁ ବଡ଼ ଲାଭ ମିଳିବ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା: ପୂଜାପାଠରେ ଆପଣଙ୍କ ମନ ଯଥେଷ୍ଟ ଲାଗି ରହିବ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ। କମ୍‌ ଦାମରେ ନୂଆ ଘର ମିଳିପାରେ। ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ।

ବିଛା: ଆତ୍ମ ସମୀକ୍ଷାରେ ସମୟ ବିତିବ। ପଡ଼ୋଶୀଙ୍କ ଠାରୁ ଭଲ ଖବର ଶୁଣିବେ। କୌଣସି ଫଇସଲା ନେବାରେ ସଂଶୟ ରହିବ। ବ୍ୟବସାୟରେ ସାବଧାନ ରହନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ଧନୁ: ସମୟ ଆପଣଙ୍କୁ ସଫଳତା ଓ ପ୍ରଗତି ଆଣିଦେବ। ଭାଇ ଓ ବନ୍ଧୁଙ୍କ ମାଧ୍ୟମରେ ଲାଭ ପାଇବେ। ଚାକିରି ତଲାସରେ ଥିବା ବ୍ୟକ୍ତି ଶୁଭ ଖବର ପାଇବେ। ଦାମ୍ପତ୍ୟ ଜୀବନ ମଧୁର ରହିବ।

ମକର: ଘର ଓ ଅଫିସକୁ ସଜାଇ ନୂତନତ୍ଵ ଆଣିବେ। ସ୍ଥଗିତ ଥିବା କାମ ଲୋକଙ୍କ ସାହାଯ୍ୟ ପାଇ ପୂରା କରିବେ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଅସଫଳ ପ୍ରୟାସ କରିବେ। ବ୍ୟବସାୟରେ ଫାଇଦା ହେବ।

କୁମ୍ଭ: ଦିନଟି ସକାରାତ୍ମକ ଭରା ରହିବ। ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ଦାୟିତ୍ଵ ମିଳିପାରେ। ପରିବାର ସହିତ ବାହାରକୁ ବୁଲି ଯିବାର ଅବସର ମିଳିବ।

ମୀନ: ଆପଣଙ୍କ ମନୋବଳରେ ଆପଣଙ୍କୁ ସଫଳତା ମିଳିବ। କୌଣସି ବିବାଦ କିମ୍ବା ମକଦ୍ଦମାରେ ଜଟିଳତା ବଢ଼ିପାରେ। ପରିବାର ସହିତ ଖୁସି ବାଣ୍ଟନ୍ତୁ। ରାଜ୍ୟ ବାହାରକୁ ଯିବାର ଯୋଜନା କରିପାରନ୍ତି।

loading...

Leave A Reply

Your email address will not be published.