Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୧୬ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ବିବାଦୀୟ କ୍ଷେତ୍ର ଓ ପ୍ରତିଯୋଗିତାରେ ବିଜୟୀ ହେବେ

0

ମେଷ: ହଠାତ୍‌ କିଛି କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ମନରେ ନୈରାଶ ଭାବ ଜାତ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କେବଳ ଭାଗ ବ୍ୟବସାୟ ଲାଭଜନକ ହେବ। ଯାନ ବାହନରେ ସତର୍କ ରହିବେ।

ବୃଷ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶିଳ୍ପ କ୍ଷେତ୍ରରେ ପାରଦର୍ଶୀ ହେବେ। ହାସ୍ୟଯୁକ୍ତ ଓ ଯୁବତୀ ପ୍ରିୟ ହୋଇପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ଧାର୍ମିକ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇବାରେ ପାରଦର୍ଶୀ ହେବେ। ସୁଖ ଅନୁଭବୀ ହେବେ।

ମିଥୁନ: ଗୃହ କର୍ମ ଆନନ୍ଦ ଦାୟକ ହୋଇପାରେ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି। ନୃତ୍ୟ ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ହେବେ। ସରକାରୀ ସ୍ତରରୁ ଧନପ୍ରାପ୍ତ ହୋଇ ଧନଶାଳୀ ହୋଇପାରନ୍ତି।

କର୍କଟ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ସଙ୍ଗୀତ ଓ ନୃତ୍ୟପ୍ରିୟ ହେବେ। ସତ୍‌କର୍ମରେ ନିୟୋଜିତ ହେବେ। ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି। ଶ୍ରେଷ୍ଠ ମାନ୍ୟତା ମିଳିବ। ପୁତ୍ର ସୁଖ ମିଳିପାରେ। ପରୋପକାରୀ ହେବେ।

ସିଂହ: ନିଜ କାର୍ଯ୍ୟର ସମୀକ୍ଷା କରିପାରନ୍ତି। ଦ୍ରବ୍ୟ ନଷ୍ଟ ହେବାର ସୂଚନା ମିଳୁଛି। କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବେ। ସୁଖଭୋଗ କରିପାରନ୍ତି। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ। ସୌଭାଗ୍ୟ ଓ ସମ୍ମାନ ଯୁକ୍ତ ହେବା ଆଶା କରାଯାଏ।

କନ୍ୟା: ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବହୁଗୁଣର ଅଧିକାରୀ ହେବାର ସୂଚନା ରାତି ୯ଟା ପରେ ପ୍ରଦର୍ଶନ କରିବେ। ବିବାଦୀୟ କ୍ଷେତ୍ର ଓ ପ୍ରତିଯୋଗିତାରେ ବିଜୟୀ ହେବେ।

ତୁଳା: ଆଳସ୍ୟ ପରାୟଣ ହୋଇପାରନ୍ତି। ତ୍ୟାଗଶୀଳ ହେବେ। ନୀତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହୋଇପାରନ୍ତି। ଅତି ସୁଖୀ ହେବେ। କୀର୍ତ୍ତିମାନ ହୋଇପାରନ୍ତି। ସହିଷ୍ଣୁ ହେବେ। ପ୍ରଫୁଲ୍ଲ ମୁଖ ଓ ରୂପବାନ ହେବେ।

ବିଛା: ସ୍ୱାଧୀନ ଚିନ୍ତାଧାରା ଉପରେ କାର୍ଯ୍ୟ କରିପାରନ୍ତି। ଧନବାନ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ଧନୁ: ବହୁ ଶୁଭଫଳ ଆଶା କରାଯାଏ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ଉତ୍ତମ ବସ୍ତ୍ର, ରତ୍ନ ମିଳିପାରେ। ରାଜ ହେତୁକ ଧନଲାଭ ହେବାର ସୁଯୋଗ ଜୁଟିଛି। ଶତ୍ରୁହନ୍ତା ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ।

ମକର: ଅନିର୍ଦ୍ଦିଷ୍ଟ ଫଳ ଆଶାରେ କାର୍ଯ୍ୟ କରି ଚାଲିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ ହେବେ। ଭୋଗବିଳାସରେ ଉତ୍ସାହହିତ କରିପାରନ୍ତି। ପ୍ରସନ୍ନତା ଲାଭ କରିବେ।

କୁମ୍ଭ: ସୁଖ ସମ୍ମାନର ଅଧିକାରୀ ହେବେ। ସରକାରୀ ଅର୍ଥପ୍ରାପ୍ତ ହେବେ। ଗୃହ ପରିବେଶ ସୁଖକର ହେବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ, ବହୁବିଧ ଧନ ମିଳିବ। ଉତ୍ତମ ଗୁଣଯୁକ୍ତ ହେବେ। ଦେବପୂଜା ନିରତ ହେବେ। ନିତ୍ୟାନନ୍ଦ ଭୋଗ କରିପାରନ୍ତି। ମିତ୍ର ଓ କ୍ଷେତ୍ର ମିଳିପାରେ।

ମୀନ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଧନବାନ ଓ ସ୍ତ୍ରୀ ମୋହନକାରୀ ହୋଇପାରନ୍ତି। କେତେକ କ୍ଷେତ୍ରରେ ବିଚାରରେ ବିଭ୍ରାଟ ଘଟିବାର ସମ୍ଭାବନା ଅଛି। ଗୁଣଯୁକ୍ତ ହେବେ। ନୀତିନିଷ୍ଠ ହେବେ। ବିନୀତ ସ୍ୱଭାବର ହେବେ। ଗ୍ରାମ ଓ ଦଳରେ ଭେଦନୀତିର କାରଣ ହେବେ।

loading...

Leave A Reply

Your email address will not be published.