Breaking

ଆଜି କେମିତି କଟିବ ଆପଣଙ୍କ ଦିନ :୮ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ନୂଆ ଚାକିରି ମିଳିବା ଯୋଗ ରହିଛି

0

ମେଷ: ଭାଗ୍ୟ ଆପଣଙ୍କୁ ସାଥ୍‌ ଦେବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କିଛି ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ।

ବୃଷ: ଆର୍ଥିକ ପ୍ରଗତି ଓ ସଫଳତା ପାଇବାର ଦିନଟିଏ। ବ୍ୟବସାୟରେ ପରିଧି ବଢ଼ିବ। ନୂଆ ଚାକିରି ମିଳିବା ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ବିଜ୍ଞାନ ଛାତ୍ରଙ୍କୁ ଅଧ୍ୟୟନ ପାଇଁ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି।

ମିଥୁନ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ଚାକିରିଆଙ୍କୁ ଆଗକୁ ବଢ଼ିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ଯାଇପାରନ୍ତି। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ।

କର୍କଟ: ଆପଣଙ୍କ ପରିଶ୍ରମରୁ ଭଲ ଫଳାଫଳ ମିଳିପାରେ। ମହତ୍ତ୍ଵପୂର୍ଣ୍ଣ ମାମଲାରେ ମିତ୍ରଙ୍କ ସହିତ କଥାବାର୍ତ୍ତା କରିବେ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ। ପ୍ରେମ ସଂପର୍କରେ ମଧୁରତା ଆସିବ। ଛାତ୍ରଙ୍କ ଲାଗି ଦିନଟି ଖୁବ୍‌ ଶୁଭ।

ସିଂହ: ଆପଣଙ୍କ ଚଞ୍ଚଳ ସ୍ୱଭାବ ପାଇଁ ଅଶାନ୍ତି ହୋଇପାରନ୍ତି। ବ୍ୟୟୋଜ୍ୟେଷ୍ଠଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ମିଳିବ। ଜୀବନସାଥୀଙ୍କ କୌଣସି କଥାକୁ ନେଇ ବିବାଦ ହୋଇପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

କନ୍ୟା: ଆପଣଙ୍କ ଜୀବନ ପାଇଁ ସଫଳତାର ଦିନଟିଏ। ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ଆମଦାନିର ନୂଆ ଅବସର ଖୋଲିବ। ମିତ୍ରଙ୍କ ସହିତ ସମୟ ଭଲରେ କଟିବ। ବିବାହ ସମ୍ବନ୍ଧରେ ବାଧା ଦୂର ହେବ।

ତୁଳା: ଆପଣଙ୍କ ସ୍ନେହର ଆଭା ଅନ୍ୟକୁ ପ୍ରଭାବିତ କରିବ। ରାଜନୀତିରେ ସଫଳତା ମିଳିବ। କୌଣସି କାମରୁ ଆପଣଙ୍କୁ ଆଶାରୁ ଅଧିକ ଧନ ଲାଭ ହେବ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଏକାଗ୍ରତା ବଜାୟ ରଖନ୍ତୁ।

ବିଛା: ଆତ୍ମବିଶ୍ୱାସର ସ୍ତର ବୃଦ୍ଧି ହେବ। ସ୍ଥଗିତ ଥିବା କାମ ପୂରା ହେବ। ଶିକ୍ଷକ ଓ ପୂଜକଙ୍କ ଲାଗି ଦିନଟି ଭଲ। ଅଚାନକ ଧନଲାଭ ହେବ। ପରିବାରରେ ଅଶାନ୍ତି ଦୂର ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ଧନୁ: ନିଜ ଭାବନାରେ ସକାରାତ୍ମକତା ବଜାୟ ରଖନ୍ତୁ। ଯେଉଁ କାମ ହାତକୁ ନେବେ ତାହାକୁ ପୂରା କରି ବିଶ୍ରାମ ନିଅନ୍ତୁ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ବିଚାରରେ ମତଭେଦ ହୋଇପାରେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

ମକର: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ସଫଳତାର ନୂଆ ପାହାଚରେ ପାଦ ରଖିବେ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ଆପଣଙ୍କ ସନ୍ତାନ ପାଇଁ ବିବାହ ପ୍ରସ୍ତାବ ଆସିବ। ପରିବାରରେ ହସଖୁସିର ବାତାବରଣ ରହିବ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଭାବିଥିବା କାମ ସହଜରେ ପୂରା ହୋଇଯିବ। ପରିବାରରେ ସବୁ ସଦସ୍ୟ ଆପଣଙ୍କ ପ୍ରତି ଖୁସି ରହିବେ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ମୀନ: ଆଜି ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ଭଲ ନୀତି ତିଆରି କରି କାମ କରିବେ। କିଛି ଖାସ୍‌ କାମର ଯାତ୍ରାରେ ଯିବେ। ଅବିବାହିତ ଲୋକଙ୍କ ପ୍ରେମ ସମ୍ବନ୍ଧ ମଜଭୁତ ହେବ। ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ।

loading...

Leave A Reply

Your email address will not be published.