Breaking

ଆଜି ୭୨ତମ ସ୍ୱାଧୀନତା ଦିବସ ! ରାଜ୍ୟବାସୀଙ୍କୁ ସମ୍ୱୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0

ଭୁବନେଶ୍ୱର: ଆଜି ୭୨ତମ ସ୍ୱାଧୀନତା ଦିବସ। ଏଥିପାଇଁ ପଲ୍ଲୀଠୁ ଦିଲ୍ଲୀ ସବୁଠି ଚଳଚଞ୍ଚଳ। ସ୍ୱାଧୀନତା ଦିବସକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସମାରୋହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ
ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମହାତ୍ମାଗାନ୍ଧୀ ମାର୍ଗରେ ନିୟୋଜିତ ହୋଇଛନ୍ତି ୩୦ ପ୍ଲାଟୁନ୍ ଫୋର୍ସ,୧୫୦ ଶହ ଅଫିସର ପ୍ରଥମ ଥର ପାଇଁ ସୁଇଫ୍ଟ ‌ଆକ୍ସନ ଫୋର୍ସ ସହ ଏସ୍ଓଜି, କ୍ୟୁଏଟି, ବୋମା ନିଷ୍କ୍ରିୟକାରୀ ଦଳ ଓ ସାଧା ପୋଷାକରେ ମୁତୟନ ରହିବେ ସୁରକ୍ଷାକର୍ମୀ। ଏହା ବ୍ୟତିତ ସହରର ମାଷ୍ଟର କ୍ୟାଣ୍ଟିନରୁ ପିଏମ୍‌ଜି ପର୍ୟ୍ୟନ୍ତ ୫୦ଟି ସିସିଟିଭି କ୍ୟାମେରା ନଜର ରଖିବ । ଏଥର ୩୯ ଟ୍ରୁପ୍ ପରେଡରେ ସାମିଲ ହେବେ । ନୂଆ ଦଳ ଭାବେ ପଶ୍ଚିମବଙ୍ଗ ପୋଲିସ ଓ ମର୍ଚାଣ୍ଟ ନ୍ୟାଭି ଭାଗ ନେବେ । ମୁଖ୍ୟ ଆକର୍ଷଣ ହେବ ଡେୟାର ଡେଭିଲ ସୋ’ । ୭ଟି ବୁଲେଟରେ ଯୁବକ ଓ ୫ଟି ବୁଲେଟ୍ରେ ଯୁବତୀଙ୍କ ଷ୍ଟଣ୍ଟ ଦେଖିବାକୁ ମିଳିବ । ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

loading...

Leave A Reply

Your email address will not be published.