Breaking

ପୁଣି ଗାନ୍ଧୀମାର୍ଗରେ ଗର୍ଜିବେ ଶିକ୍ଷକ ! ୧୬ରୁ ଦିବାରାତ୍ର ଗଣଧାରଣା ଦେବେ ଏକ ଲକ୍ଷ ଶିକ୍ଷକ-ଅଧ୍ୟାପକ

0

ଭୁବନେଶ୍ୱର: ପୁଣି ରାଜରାସ୍ତାରେ ଗର୍ଜିବେ ଶିକ୍ଷକ । ଗାନ୍ଧି ମାର୍ଗରେ ହେବ ବିକ୍ଷୋଭ ପ୍ରଦର୍ଶନ ।ଲକ୍ଷାଧିକ ଶିକ୍ଷକ ଓ ଅଧ୍ୟାପକମାନେ ସେମାନଙ୍କ ଦାବି ପୂରଣ ନେଇ ଦିନରାତି ଧାରଣା ଦେବେ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚର ଆହ୍ଵାନରେ ଏହି ବିଶାଳ ଗଣଧାରଣା ହେବାକୁ ଯାଉଛି। ସମଗ୍ର ରାଜ୍ୟକୁ ୪ ଭାଗରେ ବିଭକ୍ତ କରି ଆଲୋଚନା ହୋଇଛି।ଆଗାମୀ ୧୬ ତାରିଖରୁ ରାତିଦିନ ଏକ କରି ଆନ୍ଦୋଳନ ଏବଂ ଧାରଣା ଦିଆଯିବ । ଏନେଇ ସୂଚନା ଦେଇଛି ସ୍କୁଲକଲେଜ ଶିକ୍ଷକ ଏବଂ କର୍ମଚାରୀ ମିଳିତ ମଂଚ । ମଂଚର ଅଭିଯୋଗ ପ୍ରତିଶ୍ରୁତି ପାଳନ କରିନାହାନ୍ତି ସରକାର । ଏହା ଅଭିଯୋଗ କରି ମଂଚ ତରଫରୁ ଆନ୍ଦୋଳନ ଧମକ ଦିଆଯାଇଛି । ପ୍ରାୟ ଏକ ଲକ୍ଷ ଶିକ୍ଷକ ଏହି ଆନ୍ଦୋଳନରେ ସାମିଲ ହେବେ ବୋଲି ମିଳିତ ମଂଚର ଅନ୍ୟତମ ସଭାପତି ପବିତ୍ର ମହଲା ଗଣମାଧ୍ୟମକୁ କହିଛନ୍ତି । ପ୍ରାୟ ୨୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାକିରି କରିଆସିଥିବା ଶିକ୍ଷକ-ଅଧ୍ୟାପକଙ୍କର ଚାକିରିକାଳକୁ ବାଦଦେଲେ ଏବେଠାରୁ ଗଣନା କରିବାର ଯେଉଁ ଗୁପ୍ତ ଷଡଯନ୍ତ୍ର ସରକାର କରୁଛନ୍ତି ତାହାକୁ ପଣ୍ଡ କରିବା ପାଇଁ ‘କର ବା ମର’ ନିଷ୍ପତ୍ତି ନେଇ ଏକ ଲକ୍ଷ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ଭୁବନେଶ୍ୱର ଆସିବେ। ସେମାନେ ଦାବି ପୂରଣ ନହେବା ଯାଏ ଦିନରାତି ଧାରଣା ଦେବେ ବୋଲି ମିଳିତମଞ୍ଚର ଆହାବକ ମଣ୍ଡଳୀ ପ୍ରକାଶ ଚନ୍ଦ୍ର ମହାନ୍ତି, ଗୋଲକ ନାୟକ ଓ ପବିତ୍ର ମାହାଲା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।

loading...

Leave A Reply

Your email address will not be published.