Breaking

ଜିଦରେ ଅଟଳ ଶିକ୍ଷକ ! ଆସନ୍ତାକାଲି ରାଜଧାନୀରେ ମହାସମାବେଶ

0

ଭୁବନେଶ୍ବର: ଜିଦରେ ଅଟଳ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ । ଭୁବନେଶ୍ୱର ଲୋୟର ପିଏମଜିରେ ମଞ୍ଚ ପକ୍ଷରୁ ଚାଲିଥିବା ଧାରଣା ପଞ୍ଚମ ଦିନରେ ପହଞ୍ଚିଛି ।ଆସନ୍ତାକାଲି ରାଜଧାନୀ ରାଜରାସ୍ତାରେ ମହାସମାବେଶ କରିବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ ।ମଞ୍ଚର ଷ୍ଟିଅରିଂ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ଯୋଗ୍ୟ ବିବେଚିତ ହେବା ଦିନଠାରୁ ଚାକିରି ସର୍ତ୍ତ ଓ ଅବସରକାଳୀନ ସୁବିଧା ସୁଯୋଗ ସହ ପୂର୍ଣ୍ଣ ଅନୁଦାନ ନ ଦେବା ଯାଏ ଆନ୍ଦୋଳନରୁ ଇଞ୍ଚେ ହଟିବେ ନାହିଁ । ଯଦି ରାଜ୍ୟ ସରକାର ପୂର୍ବଭଳି ଠକିବାର ପ୍ରୟାସ କରନ୍ତି, ତେବେ ଆଗାମୀ ଦିନରେ ସରକାରଙ୍କୁ ଗାଁ ଗହଳିରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନେ ଘେରିବେ ।କାନ୍ଥ ବାଡ଼ ସବୁଠାରେ ସରକାରଙ୍କର ଜନବିରୋଧୀ ନୀତିକୁ ଲେଖାଯିବା ସହ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖି ରାସ୍ତାକଡ଼ରେ ପାଠ ପଢ଼ାଇବାକୁ ବାଧ୍ୟ ହେବେ ।ଦାବି ପୂରଣ ପଯ୍ୟର୍ନ୍ତ ଆନ୍ଦୋଳନ ଚାଲିବ ବୋଲି ମିଳିତ ମଞ୍ଚ କହିଛି । ରାଜ୍ୟ ସରକାର ବ୍ଲକଗ୍ରାଣ୍ଟକୁ ଉଚ୍ଛେଦ କରି ନୂଆ ଆଇନ ପ୍ରଣୟନ କରିଛନ୍ତି । ଯାହାକୁ ସଂଘ ପ୍ରତ୍ୟାଖାନ କରିଛି ।ଏବର୍ଷ ବି ସ୍କୁଲ ଓ କଲେଜରେ ପଡ଼ିବ ତାଲା । ପାଠପଢ଼ା ଆରମ୍ଭ ହେବାର ୨ ମାସ ପରେ ପୁଣିଥରେ ଏଭଳି ଏକ ଚରମ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତମଞ୍ଚ ।ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରାଯିବ ।

loading...

Leave A Reply

Your email address will not be published.