Breaking

ଟାଟା ସ୍କାଏର ୧୪ ତମ ବାର୍ଷିକୀ ପାଳନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଅଗ୍ରଣୀ ଡିଟିଏଚ୍ ସେବା ପ୍ରଦାନକାରୀ କମ୍ପାନି ଟାଟା ସ୍କାଏ ପକ୍ଷରୁ ଅଗଷ୍ଟ ୮ରେ ଏହାର ୧୪ତମ ବର୍ଷ ପାଳନ ଅବସରରେ ଏକ ସ୍ମୃତି ବହୁଳ ଭିଡ଼ିଓ ‘୧୪ ଇୟରର୍ସ ଅଫ୍ ଜିଙ୍ଗାଲାଲା ଜର୍ଣ୍ଣି’ ଜାରି କରାଯାଇଛି । ଏଥିରେ ୧୪ ଜଣ ଗ୍ରାହକ ଟାଟା ସ୍କାଏ ସହିତ ଜଡ଼ିତ ରହିଥିବା ସେମାନଙ୍କର ଅଭିଜ୍ଞତା ସମ୍ପର୍କରେ ବଖାଣୁଛନ୍ତି । ଟାଟା ସ୍କାଏ କିପରି ନିଜର ପ୍ରତିଶ୍ରୁତି ବଦ୍ଧତାକୁ ପୂରଣ କରିପାରିଛି । ତାହା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ।

ଏହାକୁ ଚିମ୍ପ୍ ଆଣ୍ଡ୍ ଜେଡ୍ ଇଂଟରନ୍ୟାଶନାଲ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଗତ ୧୪ ବର୍ଷ ମଧ୍ୟରେ ଟାଟା ସ୍କାଏ ଗ୍ରାହକ ବିଶ୍ୱାସନୀତା ବଜାୟ ରଖିବା ସହିତ ସଫଳତାର ସହିତ କାର୍ଯ୍ୟ ଜାରି ରଖିଛି ।

ଏହି ଅବସରରେ ଟାଟା ସ୍କାଏର ମୁଖ୍ୟ କମ୍ୟୁନିକେଶନ ଅଫିସର ଅନୁରାଗ କୁମାର କହିଲେ, ଆମର ନେଟ୍‌ୱାର୍କର ସଫଳତା ଦୀର୍ଘ ଦିନ ଧରି ଆମ ସହିତ ରହିଥିବା ଗ୍ରାହକଙ୍କ ଅଭିଜ୍ଞତା ଦ୍ୱାରା ପ୍ରତିପାଦିତ ହୋଇଛି । ଏହି ଭିଡ଼ିଓ ଆମକୁ ବେଶ୍ ଉତ୍ସାହିତ କରିଛି । ଏହା ଆମକୁ ଆଗାମୀ ଦିନରେ କାମ କରିବାକୁ ପ୍ରୋତ୍ସାହିତ କରୁଛି ।

ଏହି ଅବସରରେ ହଚିମ୍ପ୍ ଆଣ୍ଡ୍ ଜେଡ୍ ଇଂଟରନ୍ୟାଶନାଲ୍‌ର ସିଇଓ ଏବଂ ସହପ୍ରତିଷ୍ଠାତା ଅଙ୍ଗଦ ସିଂ ମନଚନ୍ଦା କହିଲେ, ୧୪ବର୍ଷ ଧରି ସଫଳତା ହାସଲ କରିଥିବା ଟାଟା ସ୍କାଏର ଏହି ଅଭିଯାନ ଗ୍ରାହକ ସେବାର ପ୍ରକୃତ ନିଦର୍ଶନ । ଏହି ଭିଡ଼ିଓରେ ୧୪ ଜଣ ଗ୍ରାହକ ଟାଟା ସ୍କାଏର ସଫଳତାର ଯାତ୍ରା ସମ୍ପର୍କରେ ସେମାନଙ୍କର ସ୍ମୃତି ବହୁଳ ଅଭିଜ୍ଞତାକୁ ପରିପ୍ରକାଶ କରିଛନ୍ତି । ଏହି ‘୧୪ ଇୟରର୍ସ ଅଫ୍ ଜିଙ୍ଗାଲାଲା କ୍ୟାମ୍ପେନ୍‌’ ଭିଡ଼ିଓ ବେଶ୍ ସୁନ୍ଦର । ଏଥିରେ ଟାଟା ସ୍କାଏର ବ୍ରାଣ୍ଡ୍ ଗ୍ରାହକ ସେମାନଙ୍କର ମୁକ୍ତ ଚିନ୍ତାଧାରା ପୋଷଣ କରିଛନ୍ତି ।

loading...

Leave A Reply

Your email address will not be published.