Breaking

ତନିସ୍କ ପକ୍ଷରୁ ‘ମୁଡ‌ସ୍ ଅଫ୍ ଦି ଆର୍ଥ’ ଉପସ୍ଥାପିତ

ପୃଥିବୀ ମାତାଙ୍କ ଦ୍ୱାରା ଅନୁପ୍ରାଣିତ ଏକ ଆକର୍ଷଣୀୟ ହୀରା ଗହଣା ସମ୍ଭାର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ପସନ୍ଦର ଗହଣା ବ୍ରାଣ୍ଡ୍ ତନିସ୍କ ପକ୍ଷରୁ ପ୍ରକୃତି ମାତାଙ୍କୁ ନେଇ ମୁଡସ୍ ଅଫ୍ ଆର୍ଥ ନାମକ ଏକ ସମସାମୟିକ ଗହଣା ସମ୍ଭାରକୁ ଉନ୍ମୋଚନ କରାଯାଇଛି । ଏହି ସମ୍ଭାରକୁ ଗ୍ରହ ପ୍ରଦର୍ଶିତ କରୁଥିବା ଚାରିଟି କବିତାର ଭାବ-ଦି ଆର୍ଥି ବ୍ରାଉନ୍ସ, ଲସ୍ ଗ୍ରିନ୍‌ସ୍‌, ବ୍ଲସିଂ ପିଙ୍କ୍‌ସ୍ ଓ ସିିରିଏନ୍ ହ୍ୱାଇଟ୍‌ସ୍‌ରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଛି । 

ଦି ମୁଡ୍‌ସ୍ ଅଫ୍ ଆର୍ଥ କଲେକ୍ସନ ଅତି ସୁନ୍ଦର ଭାବେ ପ୍ରକୃତିର ଆକର୍ଷଣୀୟ ରଙ୍ଗକୁ ବୁଣିଛି ଯାହା ପ୍ରକୃତି ଏବଂ ଏହାର ସମସ୍ତ ଭାବର ଉତ୍ସବ ପାଳନ କରୁଛି । ସୁନ୍ଦର ଘାଟି ଠାରୁ ଆରମ୍ଭ କରି ଶିଳାକୃତି, କାଠ ଏବଂ ପତ୍ର, ଚେରି ଫୁଲ ଏବଂ ଅର୍କିଡ୍ ଠାରୁ ହିମ ଏବଂ ସୁନ୍ଦର ବରଫାବୃତ ଦୃଶ୍ୟପଟ୍ଟ ପର୍ଯ୍ୟନ୍ତ ଏହି ସମ୍ଭାରରେ ପ୍ରକୃତିର ସାର ଓ ଏହାର ଶାନ୍ତ ରଙ୍ଗର ସବୁ ଉପାଦାନ ରହିଛି ।
ତନିସ୍କର ମୁଡସ୍ ଅଫ୍ ଆର୍ଥରେ ୨୮ ସ୍ୱତନ୍ତ୍ର ସମସାମୟିକ ହୀରା ଓ ଆକର୍ଷଣୀୟ ରଙ୍ଗିନ୍ ପଥର ଖଚିତ ନେକ୍‌ଲେସ୍ ସେଟ୍ ରହିଛି ଯାହା ଏହି ସମ୍ଭାରରେ ଜୀବନ ଉଦ୍ରେକ କରାଉଛି । ଡିଟାଚେବଲ୍ ପେଣ୍ଡାଂଟ୍‌, ରିଭର୍ସିବଲ୍ ଇୟର୍‌ରିଙ୍ଗ୍ ଏବଂ ଡୁଆଲ୍ ଲୁକ୍ ଡିଜାଇନ୍ ଭଳି ବିଭିନ୍ନ ବ୍ୟବହାରଯୋଗ୍ୟ ସୁବିଧା ପ୍ରଦାନ କରୁଥିବାରୁ ଏହି ସମ୍ଭାର ବ୍ୟବହାରକାରୀଙ୍କ ଅନୁଭବରେ ଉନ୍ନତି ଆଣୁଛି ଓ ସକାଳର ଜଳଖିଆ ଏବଂ ମନୋରମ ସନ୍ଧ୍ୟାରେ ଗ୍ଲାମର୍ ଭର୍ତି କରୁଛି । ଏହି ସମ୍ଭାରରେ ଜେମ୍‌ଷ୍ଟୋନ୍ ବଂଚିଙ୍ଗ୍‌, ଡୁଆଲ୍ ଟୋନ୍ ସୁନାର ବ୍ୟବହାର, ୩ଡି ପ୍ରିଂଟିଂ ଭଳି ଅଭିନବ ପଦ୍ଧତି ରହିଛି ଏବଂ ଆହୁରି ବହୁତ କିଛି ରହିଛି ଯାହା ଆକର୍ଷଣ ଏବଂ ମଡ୍ୟୁଲାର୍ ଭାବର ସ୍ପର୍ଶ ପ୍ରଦାନ କରୁଛି । ଏହି ସମ୍ଭାର ପାଇଁ ବ୍ରାଣ୍ଡ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ହାତକୁନିଆଯାଇଛି।

https:www.grow-trees.com/ସହଯୋଗିତାରେ ଯେଉଁଠାରୁ ଆମେ ଅନୁପ୍ରାଣିତ ହୋଇଥିଲେ ସେହି ପୃଥିବୀ ମାତାଙ୍କୁ ତାଙ୍କ ସମ୍ମାନ ଫେରସ୍ତ କରିବାକୁ ଉଦ୍ୟମ କରିଛି । ପ୍ରକୃତି ପ୍ରତି କୃତଜ୍ଞତା ଜ୍ଞାପନ କରିବାର ଅଂଶ ସ୍ୱରୂପ ମୁଡ୍‌ସ୍ ଅଫ୍ ଆର୍ଥ ସମ୍ଭାରରେ ବିକ୍ରି ହେବାକୁ ଥିବା ଉତ୍ପାଦ ପାଇଁ ଗ୍ରାହକଙ୍କ ନାମରେ ବକ୍ସର୍ ଅଂଚଳର ଗଙ୍ଗାନଦୀ କୂଳରେ ଏକ ଚାରା ରୋପଣ କରାଯିବ ଯାହା ମୃତିକା କ୍ଷୟକୁ ହ୍ରାସ କରିବ ଓ ମୃତିକାର ଉତ୍ପାଦକତା ବଢ଼ାଇବାରେ ସହାୟକ ହେବ । ଇ-ମେଲ୍ ମାଧ୍ୟମରେ ଏକ ପର୍ସନାଲାଇଜ୍‌ଡ୍ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ ।
ଏହି ଆକର୍ଷଣୀୟ ସମ୍ଭାର ଉନ୍ମୋଚନ ସମ୍ପର୍କରେ ଶ୍ରୀଯୁକ୍ତ ଅଭିଶେକ ରସ୍ତୋଗୀ, ଡିଜାଇନ୍‌, ଜୁଏଲାରି ଡିଭିଜନ ମୁଖ୍ୟ, ଟାଇଟନ୍ କଂପାନି ଲିମିଟେଡ୍ କହିଛନ୍ତି ଯେ, “ନିଜ ଚାରି ପାଖରେ ଥିବା ପ୍ରକୃତିର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିବା ଲାଗି ଭଲ ପାଉଥିବା ଫେସନ ଅନୁପ୍ରାଣିତ ମହିଳାଙ୍କ ପାଇଁ ଅତି ସୂକ୍ଷ୍ମ କଳା ସହିତ ଏହି ସମ୍ଭାରକୁ ତିଆରି କରାଯାଇଛି । ଏହି ସମ୍ଭାରର ବିଶେଷ ଆକର୍ଷଣ ହେଉଛି ଏଥିରେ ଥିବା ଗହଣାଗୁଡ଼ିକୁ ବିଭିନ୍ନ ପ୍ରକାରରେ ବ୍ୟବହାର  କରାଯାଇପାରିବ ଯାହା ସ୍ୱତନ୍ତ୍ର କାର୍ଯ୍ୟକ୍ରମ କିମ୍ବା କକ୍‌ଟେଲ୍ ପାର୍ଟିରେ ବିବିଧ ପ୍ରକାର ପୋଷାକର ଆବଶ୍ୟକତା ଅନୁସାରେ ପିନ୍ଧିହେବ ।
ପ୍ରକୃତିର ବିଭିନ୍ନ ଭାବର କବିତାରୁ ଅନୁପ୍ରାଣିତ ହୋଇଥିବା ଏହି ସମ୍ଭାର ହେଉଛି ମଡ୍ୟୁଲାର୍ ଆକାର, ଆକର୍ଷଣୀୟ ରଙ୍ଗ ଏବଂ ଶାନ୍ତ ରଙ୍ଗର ଏକ ସମିଶ୍ରଣ । ଆମେ ପାଇଥିବା ପ୍ରେରଣା ଓ ତାହାର ମହାନତାକୁ ସଂରକ୍ଷିତ ରଖିବାର ଉଦ୍ୟମ ସ୍ୱରୂପ ତନିସ୍କରେ ଆମେ ପ୍ରତିଟି ଉତ୍ପାଦ ବିକ୍ରି ସହ ଗୋଟିଏ ବୃକ୍ଷରୋପଣ କରିବୁ । ଏହି ସମ୍ଭାର ଏବଂ ପ୍ରକୃତି ଆମକୁ ପ୍ରଦାନ କରୁଥିବା ଖୁସିର ବାସ୍ତବ ଭାବର ଅନୁଭୂତି ନେବା ଲାଗି ଆମେ ସମସ୍ତଙ୍କୁ ଆମନ୍ତ୍ରିତ କରୁଛୁ ।’’ ଏହି ଆକର୍ଷଣୀୟ ହୀରା ସମ୍ଭାରର ଦାମ୍ ୪ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି ଏବଂ ତନିସ୍କର ନି ର୍ଦ୍ଦିଷ୍ଟ ଷ୍ଟୋର୍ ଏବଂ ତନିସ୍କର ଇ-କମର୍ସ ସୁବିଧା ଥିବା ୱେବସାଇଟ ttps://www.tanishq.co.in/ moodsoftheearth ‌ରେ ଏହା ଉପଲବ୍ଧ ହେଉଛି ।

loading...

Leave A Reply

Your email address will not be published.