Breaking

ପି. ଚିଦମ୍ବରମ୍‌ଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ

0

ନୂଆଦିଲ୍ଲୀ :ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲରେ ତିହାଡ ଜେଲରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ଵରମଙ୍କୁ ଆଜି ସୁପ୍ରିମକୋର୍ଟରୁ ଜାମିନ ମିଳିଛି । ଜଷ୍ଟିସ୍‌ ଆର୍‌ ବାନୁମତୀ, ଏ ଏସ୍‌ ବୋପାନ୍ନା ଏବଂ ହୃଷୀକେଶ ରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ୧୦୫ ଦିନ ହେବ ଚିଦମ୍ବରମ୍‌ ଜେଲ୍‌ରେ ଥିଲେ। ଜାମିନ ଆଦେଶ ଦେବା ବେଳେ ସୁପ୍ରିମ୍‌ କୋର୍ଟର ଖଣ୍ଡପୀଠ ଚିଦମ୍ବରମ୍‌ଙ୍କୁ ୨ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ୍‌ ସେତିକି ଟଙ୍କା ମୂଲ୍ୟର ୨ଟି ବ୍ୟକ୍ତିଗତ ମୁଚାଲିକା ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ବିନା ଅନୁମତିରେ ଚିଦମ୍ବରମ୍‌ ବିଦେଶକୁ ଯାଇ ପାରିବେ ନାହିଁ ବୋଲି ମଧ୍ୟ ଶୀର୍ଷ ଅଦାଲତ କହିଛନ୍ତି। ଏବେ ତାଙ୍କୁ ଦିଲ୍ଲୀର ତିହାର ସେଣ୍ଟ୍ରାଲ୍‌ ଜେଲ୍‌ରୁ ମୁକ୍ତ କରାଯିବ।
ବାପା ପି ଚିଦମ୍ବରମ୍‌ଙ୍କୁ ଜାମିନ ମଞ୍ଜୁର ହେବାର କିଛି ସମୟ ପରେ ତାଙ୍କ ପୁଅ କାର୍ତି ରାୟକୁ ସ୍ୱାଗତ କରିବା ସହ ଆଶ୍ୱସ୍ତ ହୋଇ ନିଃଶ୍ୱାସ ମାରିଛନ୍ତି। ବୁଧବାର ସକାଳେ ସେ ଟୁଇଟ୍‌ କରି ଲେଖିଛନ୍ତି: ଓଃ। ୧୦୬ ଦିନ ପରେ।

loading...

Leave A Reply

Your email address will not be published.