Breaking

ଶିକ୍ଷକଙ୍କ ଗର୍ଜନରେ ଥରିଲା ଗାନ୍ଧୀମାର୍ଗ

0

ଭୁବନେଶ୍ୱର: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସମଗ୍ର ରାଜ୍ୟରୁ ହଜାର ହଜାର ଶିକ୍ଷକ-ଅଧ୍ୟାପକ ଆସି ଏଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ବ୍ଲକ୍‌ଗ୍ରାଣ୍ଟ ଉଚ୍ଛେଦ ଓ ପୂର୍ଣ୍ଣ ଅନୁଦାନ ଭଳି ବିଭିନ୍ନ ଦାବି ନେଇ ଅହୋରାତ୍ର ଧାରଣାରେ ବସିବେ ଶିକ୍ଷକ ଓ ଅଧ୍ୟାପକ । ମଂଚର ଅଭିଯୋଗ ପ୍ରତିଶ୍ରୁତି ପାଳନ କରିନାହାନ୍ତି ସରକାର ।ପ୍ରାୟ ୨୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାକିରି କରିଆସିଥିବା ଶିକ୍ଷକ-ଅଧ୍ୟାପକଙ୍କର ଚାକିରିକାଳକୁ ବାଦଦେଲେ ଏବେଠାରୁ ଗଣନା କରିବାର ଯେଉଁ ଗୁପ୍ତ ଷଡଯନ୍ତ୍ର ସରକାର କରୁଛନ୍ତି ତାହାକୁ ପଣ୍ଡ କରିବା ପାଇଁ ‘କର ବା ମର’ ନିଷ୍ପତ୍ତି ନେଇ ହଜାର ହଜାର ଶିକ୍ଷକ, ଅଧ୍ୟାପକ ଭୁବନେଶ୍ୱର ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯଦି ସରକାର ତାଙ୍କ ଦାବି ପୂରଣ ନ କରନ୍ତି ତେବେ ସେମାନେ ସ୍କୁଲ କଲେଜରେ କାର୍ଯ୍ୟବନ୍ଦ କରିବା ପାଇଁ ବାଧ୍ୟ ହେବେ ବୋଲି କହିଛନ୍ତି। ଶିକ୍ଷକମାନଙ୍କ ବିକ୍ଷୋଭରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଗାନ୍ଧୀ ମାର୍ଗ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ, ରାଜ୍ୟରେ ଥିବା ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକମାନେ ଚଳିତ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ବେଳେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଦାବି ପୂରଣ ନେଇ ମିଳିତ ମଂଚ ଉଭୟ ପରୀକ୍ଷା ଖାତା ମୂଲ୍ୟାୟନକୁ ବର୍ଜନ କରିଥିଲେ । ଏହା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ସରକାର ଶିକ୍ଷକଙ୍କ ସମସ୍ତ ଦାବି ତିନି ମାସ ମଧ୍ୟରେ ପୂରଣ କରିବେ ବୋଲି ବୈଠକରେ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ପରୀକ୍ଷା ମୂଲ୍ୟାୟନ ପ୍ରକ୍ରିୟା ସ୍ୱାଭାବିକ ହୋଇଥିଲା ।

loading...

Leave A Reply

Your email address will not be published.