Breaking

କଂଗ୍ରେସରେ କମ୍ପନ

ପଦ ଛାଡିପାରନ୍ତି ସୋନିଆ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ସୋନିଆ ପଦ ଛାଡିବାନେଇ ଦିଲ୍ଲୀରେ ଚାଲିଥିବା ସିଡବ୍ଲୁସି ବୈଠକରେ ଇଚ୍ଛାପ୍ରକାଶ କରିଛନ୍ତି । ଆଗକୁ ସେ ଆଉ ଦଳର ସଭାପତି ରହିବାକୁ ଚାହିୁଁନାହାନ୍ତି ଓ ଏହାସହ ଦଳ ନୂଆ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରୁ ବୋଲି ମତ ଦେଇଛନ୍ତି। ବୈଠକ ଆରମ୍ଭ ହେବା ପରେ ଏ ସମ୍ପର୍କିତ ଚିଠି ଦଳର ନେତା କେ.ସି ବେଣୁଗୋପାଳ ପଢିଥିଲୋ ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ବରିଷ୍ଠ ନେତା ଏ.କେ ଆଂଟେନୀ, ସୋନିଆ ଏହି ନିଷ୍ପତିର ପୁନଃବିଚାର କରନ୍ତୁ ବୋଲି ଅନୁରୋଧ କରିଛନ୍ତି । ସବୁ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ସୋନଆ ଗାନ୍ଧିଙ୍କୁ ସଭାପତି ପଦରେ ରହିବା ପାଇଁ ଅନୁରୋଧ କରିଛନ୍ତି । ସେହିଭଳି ଏ.କେ ଆଂଟୋନି ମଧ୍ୟ ରାହୁଲ ଗାନ୍ଧିଙ୍କୁ ସଭାପତି ନହେବା ପାଇଁ ନେଇଥିବା ନିଷ୍ପତିର ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି ।

loading...

Leave A Reply

Your email address will not be published.