Breaking

ବିପଦ ମୁକ୍ତ ହେଲା ୱାର୍ଡ ନଂ ୩୯ରେ ଥିବା ସମସ୍ତ ବିଦ୍ୟୁତ୍ ଟ୍ରାନ୍ସଫରମର

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ନୟାପଲ୍ଲୀ ଓାର୍ଡ୍ ନଂ ୩୯ ଅଧିନରେ ଥିବା ନୂଆସାହି, ବାଲିତୋଟା ସାହି ଓ ଶାସ୍ତ୍ରୀ ନଗରରେ ପ୍ରାୟ ୧୨ରୁ ୧୫ଟି ବିଦ୍ୟୁତ୍ ଟ୍ରାନସଫରମର ଚାରିପାଖେ ପାଚେରୀ କିମ୍ବା ଗେଟ ଲାଗିନଥିଲା । ତାଭିତରେ ଏତେ ମାତ୍ରାରେ ଗଛ ଓ ଘାସ ହେଉଥିଲା ଯାହା ଫଳରେ ଗାଈଗୋରୁମାନେ ଘାସ ଖାଇବା ଆସାରେ ଭିତରକୁ ପଶିଯାଉଥିଲେ ଓ ବିଦ୍ୟୁତ୍ ଆଘାତରେ ମୁତ୍ୟୁ ବରଣ କରୁଥିଲେ । ଏମତି ପ୍ରାୟ ୫ଟିରୁ ଉର୍ଦ୍ଧ ଗାଇ ଓ ଷଣ୍ଢ ମୁତ୍ୟୁ ବରଣ କରିଛନ୍ତି ଦୀର୍ଘ ୫ ବର୍ଷରୁ ଉର୍ଦ୍ଧହେବ ସମାଜ ସେବୀ ତଥା ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ମିଲନ କୁମାର ପାଇକରାୟ ବାରମ୍ବାର ସେସୁର ଦୃଷ୍ଟି ଆକର୍ଷଣ କରିବା ସହ ଅଂଚଳର କିଛି ବରିଷ୍ଠ ନାଗରିକ ମାନଙ୍କୁ ଏକତ୍ରିତ କରି ଟ୍ରାନସଫରମର ପାଖରେ ଧାରଣାରେ ବସିବା ସହ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହେବା ପରେ ସେସୁ ୨ଟି ଟ୍ରାନ୍ସଫରମର ଚାରିପାଖେ ପାଚେରୀ ଓ ଗେଟ ଲଗାଇଥିଲେ, ଅବଶିଷ୍ଟ ଟ୍ରାନ୍ସଫରମର ଚାରିପାଖେ ପାଚେରୀ ଓ ଗେଟ ଲଗାଇବା ପାଇଁ ଶ୍ରୀ ପାଇକରାୟ ଓ ନୂଆସାହି ବରିଷ୍ଠ ନାଗରିକ କଲ୍ୟାଣ ସଂଘର ମିଳିତ ପ୍ରଚେଷ୍ଠାରେ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ସୁପରିନଟେଣ୍ଡଣ୍ଟ ଇଂଜିନିୟର ଓ ସେସୁର କାର୍ଯ୍ୟ ନିବାର୍ହୀ ଅଧିକାରୀଙ୍କୁ ଲିଖିତ ଆକାରେ ଜଣାଗଲା ପରେ ଶ୍ରୀ ପାଇକରାୟ ଶ୍ରୀ ଜେନାଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ବିଧାୟକ ଶ୍ରୀ ଜେନା ଅଂଚଳରେ ବିଦଦ ଜନକ ଅବସ୍ଥାରେ ଥିବା ସମସ୍ତ ଟ୍ରାନ୍ସଫରମରର ଏକ ତାଲିକା ପ୍ରସ୍ତୁତ କରି ତାଙ୍କୁ ପ୍ରଦାନ କରିବାକୁ କହିଥିଲେ । ସମାଜସେବୀ ମିଲନ କୁମାର ପାଇକରାୟ ବିଧାୟକଙ୍କୁ ଏକ ତାଲିକା ପ୍ରଦାନ କରିବା ସହ ସେସୁର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଉକ୍ତ ତାଲିକା ପ୍ରଦାନ କରିଥିଲୋ ସେସୁଠାରୁ ଟାଟା କଂପାନୀ ଦାୟିତ୍ୱ ଗ୍ରହଣ କରିବା ପରେ ପରେ ଟାଟା କଂପାନୀ ଗୁରୁତର ସହ ବିଚାରକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି ଟ୍ରାନ୍ସଫରମର ଚାରିପାଖେ ପାଚେରୀ ନିର୍ମାଣ ସହ ଗେଟ ଲଗାଇ ଭିତରୁ ସଫା ମଧ୍ୟ କରିସାରିଛନ୍ତି । ଆଉ ଅବଶିଷ୍ଠ ଟ୍ରାନ୍ସଫରମର ଚାରିପାଖେ ଖୁବ୍ ଶୀଘ୍ର ପାଚେରୀ ଓ ଗେଟ ଲଗାଯିବ ବୋଲି କାମକରୁଥିବା ଠିକାଦାର ଶ୍ରୀ ପାଇକରାୟଙ୍କୁ ପ୍ରତିଶୃତି ଦେଇଛନ୍ତି । ଏହି ଉଦ୍ଦ୍ୟେଶରେ ସମାଜସେବୀ ମିଲନ କୁମାର ପାଇକରାୟ , ୱାର୍ଡ ନଂ ୩୯ର ଅଂଚଳ ବାସୀ ଓ ବରିଷ୍ଠ ନାଗରିକ କଲ୍ୟାଣ ସଂଘ ତରଫରୁ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଧନ୍ୟବାଦ ଦେବା ସହ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପେନ୍ଦ୍ର ଭଞ୍ଜ ଖାଡେଙ୍ଗା ଓ ଟାଟା କଂପାନୀକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

loading...

Leave A Reply

Your email address will not be published.