Breaking

ସୋସିଆଲ ମିଡିଆକୁ ବାଏ ବାଏ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ସୋସିଆଲ ମିଡ଼ିଆରୁ ଦୂରେଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାମାଜିକ ଗଣମାଧ୍ୟମରୁ ବାହାରି ଯିବା ପାଇଁ ଚିନ୍ତା କରୁଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ଖୋଦ୍ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ କ’ଣ ପାଇଁ ସେ ଏଭଳି ଚିନ୍ତା କରୁଛନ୍ତି ସେ ସଂପର୍କରେ କୌଣସି ସୂଚନା ଦେଇ ନାହାଁନ୍ତି । ଫେସ୍ବୁକରେ ମୋଦିଙ୍କର ଫଲୋଅରଙ୍କ ସଂଖ୍ୟା ହେଉଛି- ୪ କୋଟି ୪୫ ଲକ୍ଷ । ଟ୍ୱିଟରରେ ୫ କୋଟି ୩୩ ଲକ୍ଷ ଏବଂ ଇନଷ୍ଟାଗ୍ରାମରେ ୩ କୋଟି ୫୨ ଲକ୍ଷ ମୋଦିଙ୍କ ଫଲୋଅର ଅଛନ୍ତି ।ବଡ଼ କଥା ହେଉଛି ଟ୍ୱିଟରରେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ଫଲୋଅରଙ୍କ ସଂଖା ହେଉଛି ୭ କୋଟି ୩୨ ଲକ୍ଷ । ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଟ୍ୱିଟରରେ ଫଲୋଅର ସଂଖ୍ୟା ହେଉଛି ୧୧ କୋଟି ୩୩ ଲକ୍ଷ । ସାରା ଦୁନିଆରେ ସୋସିଆଲ ମିଡ଼ିଆରେ ତତ୍ପର ଥିବା ଏବଂ ଅଧିକ ଲୋକପ୍ରିୟ ଥିବା ଯେଉଁ ହାତ ଗଣତି ବ୍ୟକ୍ତି ଅଛନ୍ତି ସେମାନଙ୍କ ତାଲିକାର ଆଗ ଧାଡ଼ିରେ ଅଛନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଏ ଫେସ୍ବୁକ୍ ହେଉ, ଟ୍ୱିଟର ହେଉ କିମ୍ବା ଇନଷ୍ଟାଗ୍ରାମ ଓ ୟୁ-ଟ୍ୟୁବ୍ ଭଳି ସାମାଜିକ ଗଣମାଧ୍ୟମ । ସବୁଠି ନରେନ୍ଦ୍ର ମୋଦିଙ୍କ ଫଲୋଅର ବା ଅନୁଗାମୀଙ୍କ ସଂଖ୍ୟା ବେଶ ଅଧିକ ।ସୋସିଆଲ ମିଡିଆ ଛାଡିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବା ପରେ ଏବେ ଏହାକୁ ନେଇ ଚାରିଆଡେ ଜୋରଧରିଛି ଚର୍ଚ୍ଚା । ବିରୋଧି ଦଳମାନେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିବା ଆରମ୍ଭ କରିଦେଇଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ କରି ଲେଖିଛନ୍ତି, ସୋସିଆଲ ମିଡିଆ ନଛାଡି ଘୃଣାକୁ ତ୍ୟାଗ କର । ସେହିପରି କଂଗ୍ରେସ ନେତା ରଣଦୀପ ସ୍ୱର୍ଯ୍ୟେୱାଲା ଲେଖିଛନ୍ତି, ମୋଦୀ ନାଁ ନେଇ ଯେଉଁମାନେ ଟ୍ରଲ କରୁଛନ୍ତି ସେମାନଙ୍କୁ ମୋଦି ବୁଝାଇବେ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଏକ ନୂଆ ସୋସିଆଲ ମିଡିଆ ଜିଏବି ଡଟକମ ମୋଦିଙ୍କୁ ଆମନ୍ତ୍ରଣ ଜଣାଇଛି ।

loading...

Leave A Reply

Your email address will not be published.