Breaking

ନୟାପଲ୍ଲୀରେ ବୃକ୍ଷରୋପଣ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ନୂଆସାହିର ଲେନ୍ ୧୬ରେ ଶ୍ରୀଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ଶ୍ରୀଶ୍ରୀ ମହାବୀର ସାମାଜିକ ସଂଗଠନ ତରଫରୁ ବୃକ୍ଷରୋପଣ ଓ ବରିଷ୍ଠ ନାଗରିକ ମାନଙ୍କୁ ମାସ୍କ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହି ପ୍ରଥମେ ବରିଷ୍ଠ ନାଗରିକ ମାନଙ୍କୁ ମାସ୍କ ବଣ୍ଟନ କରିଥିଲେ ଓ ଅଞ୍ଚଳର କିଛି ଉନ୍ନତି ମୂଳକ କାର୍ଯ୍ୟପାଇଁ ଅଞ୍ଚଳ ବାସୀଙ୍କୁ ପ୍ରତିଶ୍ରୃତି ଦେଇଥିଲେ । ଚମ୍ପା, ସପେଟା, ଓଉ, ହରିଡ଼ା, ବାହାଡ଼ା, ଅଁଳା, ଡାଳିମ୍ବ, ଜାମୁକୋଳି, ମନ୍ଦାର, ଟଗର, କନିଅର,କଦମ୍ବ ଓ ପେସ୍ତା ବାଦାମ ପ୍ରଭୃତି ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୂଆସାହି ବରିଷ୍ଠ ନାଗରିକ କଲ୍ୟାଣ ସଂଘର ସଭାପତି ରାହାସ ବିହାରୀ ପାଣି, ସାଧାରଣ ସଂପାଦକ ଶ୍ୟାମ ସୁନ୍ଦର ସାହୁ, ଲାଫିଙ୍ଗ୍ କ୍ଳବର ସଭାପତି ଜୟକୃଷ୍ଣ ରାଜହଂସ, ରମେଶ ଚନ୍ଦ୍ର ମହାନ୍ତି, ମଧୁସୂଦନ ମହାପାତ୍ର, ବାଣୀ କୁମାର ନନ୍ଦ, ବଂଶୀଧର ନାୟକ, ହେମନ୍ତ ଜେନା, ଦିନକୃଷ୍ଣ ନନ୍ଦ, ପ୍ରଫୁଲ କୁମାର ଯତି, କାହ୍ନୁ ଚରଣ ଦାସ, ଅରୁଣା ମହାପାତ୍ର, ସରସ୍ୱତୀ ଦାସ, ଅନୁଜ ଚନ୍ଦନ ନାୟକ, ପ୍ରତାପ ପ୍ରଧାନ ଓ ଶାଶ୍ୱତ ଲେଙ୍କାଙ୍କ ସମେତେ ଅଞ୍ଚଳର ଅନେକ ବରିଷ୍ଠ ନାଗରିକ ମହିଳା ଓ ଯୁବକମାନେ ଉପସ୍ଥିତ ଥିଲେ

loading...

Leave A Reply

Your email address will not be published.