Breaking

ଗ୍ରାହକଙ୍କ ପାଇଁ ସର୍ବନିମ୍ନ ଅର୍ଥରାଶି ଉପରୁ ଜୋରିମାନା ଉଠାଇଲା SBI

0

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ:

SBI ର ଗ୍ରାହକ ମାନଙ୍କ ପାଇଁ ଖୁସି ଖବର। ଏବେ SBI ଆକାଉଣ୍ଟ ରେ ସର୍ବନିମ୍ନ ଅର୍ଥରାଶି ନ ରହିଲେ ସେଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ନିକଟରେ ବଦଳ ହୋଇଥିବା ତିନୋଟି ନିୟମ ମଧ୍ୟରୁ ସର୍ବନିମ୍ନ ଅର୍ଥରାଶି ଉପରେ ଥିବା ଜୋରିମାନା କୁ SBI ପକ୍ଷରୁ ଉଠାଇ ଦିଆଯାଇଛି। ସେହିପରି ଏସ ଏମ୍ ଏସ ମାଧ୍ୟମରେ ଦିଆଯାଉଥିବା ସୁବିଧା ପାଇଁ ଆଦାୟ ହେଉଥିବା ଶୁଳ୍କ ମଧ୍ୟ ଆଉ ଦେବାକୁ ପଡ଼ିବ ନାହିଁ ବୋଲି ନୂତନ ନିୟମରେ ଉଲ୍ଲେଖ ରହିଛି। ଏହି ନିୟମ ଗୁଡ଼ିକ ଗ୍ରାହକ ମାନଙ୍କ ମନରେ ଖୁସି ସଞ୍ଚାର କରିଛି। ତେବେ ଏହା ସହିତ ଗ୍ରାହକ ମାନଙ୍କ ସଞ୍ଚୟ ଖାତାରେ ଦିଆଯାଉଥିବା ସୁଧ ମଧ୍ୟ ହ୍ରାସ କରାଯାଇଛି।
ସୂଚନାଯୋଗ୍ୟ ଯେ ପୂର୍ବରୁ ମେଟ୍ରୋ ସହରର ଖାତା ଧାରକଙ୍କୁ ୩୦୦୦ ଟଙ୍କା, ସହରର ଖାତାଧାରୀ ଙ୍କୁ ୨୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳର ଖାତାଧାରୀ ଙ୍କୁ ୧୦୦୦ ଟଙ୍କା ଆକାଉଣ୍ଟ୍ ରେ ରଖିବା ଅନିବାର୍ଯ୍ୟ ଥିଲା। ଏହାଠାରୁ କମ ଥିଲେ ଜୋରିମାନା ଦେବାକୁ ପଡୁଥିଲା। ସେହିପରି ଏସ ଏମ୍ ଏସ ସୁବିଧା ପାଇଁ ମଧ୍ୟ ଶୁଳ୍କ ଦେବାକୁ ପଡୁଥିଲା।
ତେବେ ବର୍ତ୍ତମାନ ଏହି ନିୟମ ବଦଳି ଯାଇଥିବା ବେଳେ ସଞ୍ଚୟ ଖାତାରେ ମିଳୁଥିବା ୩.୨୫% ସୁଧ ସ୍ଥାନରେ ୩% ସୁଧ ଦିଆଯିବା ନେଇ ନିଷ୍ପତି ହୋଇଛି।

loading...

Leave A Reply

Your email address will not be published.